ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ

0 2

ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) :- ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ପାଟଣାଗଡ ଉପଖଣ୍ଡ ସ୍ତରୀୟ ବୈଠକ ସ୍ଥାନୀୟ ପାଟଣାଗଡ଼ ବରମପୁରାସ୍ଥିତ ସୁଭଦ୍ରା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପାଟଣାଗଡ ବ୍ଲକ ସଭାନେତ୍ରୀ ଲଳିତା ବାଗଙ୍କ ଆହ୍ୱାନ କ୍ରମେ ଏହି ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ତୀର୍ଥ ପ୍ରଧାନ ଓ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ଜିଲ୍ଲା ସାଧାରଣ ସମ୍ପାଦିକା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସାଏବୁ ନନ୍ଦ ଉପସ୍ଥିତ ଥିଲେ। ବୈଠକର ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦିଲୀପ କୁମାର ଭୋଇ। ମଞ୍ଚାସିନ ଅତିଥିମାନେ ତାଙ୍କ ବକ୍ତବ୍ୟରେ “ଏକତା ହିଁ ବଳ” ଉପରେ ଗୁରୁତ୍ୱ ଆରୋପ କରି, ପଞ୍ଚାୟତ ସ୍ତରରୁ ବ୍ଲକ ଏବଂ ବ୍ଲକରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସଂଗଠନକୁ କିପରି ଅଧିକ ମଜବୁତ କରାଯାଇପାରିବ, ସେଥିପାଇଁ ଆହ୍ୱାନ ଜଣାଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ଆଶା କର୍ମୀମାନଙ୍କ ପ୍ରତି ଘଟୁଥିବା ଆକ୍ରମଣକୁ କୌଣସି ପରିସ୍ଥିତିରେ ମଧ୍ୟ ସହ୍ୟ କରାଯିବ ନାହିଁ ଏହାର ମୁକାବିଲା ପାଇଁ ଏଆଇଟିୟୁସି ସଦା ବଦ୍ଧପରିକର ରହିବ ବୋଲି ଶ୍ରୀ ଭୋଇ କହିଥିଲେ। ଏହି ବୈଠକରେ ଶତାଧିକ ଆଶା କର୍ମୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ସଂଗୀତା ହରିପାଳ, ଆନନ୍ଦିନୀ ବିଶ୍ୱାଳ, ରିତୁ ସାହୁ, ଜୟନ୍ତୀ ବନଛୋର, ରମ୍ଭା ଗୁରୁ, କଳ୍ପନା ଭୋଇ ପ୍ରମୁଖ ଥିଲେ।

Leave A Reply

Your email address will not be published.