ତାଣ୍ଡାବାଇ ପଞ୍ଚାୟତରେ ମନରେଗା କାମରେ ଚାଲିଛି ଦୁର୍ନୀତି l

0 2

 

ମନରେଗା କାର୍ଯ୍ୟ ଶେଷ ପରେ ମଧ୍ୟ କାର୍ଯ୍ୟ ଜାରୀ ଦର୍ଶାଇ ଉଠୁଛି ଟଙ୍କା l   

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ପ୍ରହସନ ପାଲଟିଛି ମନରେଗା କାର୍ଯ୍ୟ।ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କୁ ରୋଜଗାରର ପନ୍ଥା ଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ବର୍ତ୍ତମାନ ଏହି ଯୋଜନା କିନ୍ତୁ ଶ୍ରମିକ ବଦଳରେ ମେସିନ ମାଲିକ ଓ ଠିକାଦାରଙ୍କୁ ଯୋଗଉଛି ରୋଜଗାର।ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହେଉଥୁବା ମନରେଗା କାର୍ଯ୍ୟକୁ ନେଇ ପୂର୍ବ ରୁ ଅନେକ କାର୍ଯ୍ୟର ଏନଏମ୍ଏମ୍ ଏସ କରି ଟଙ୍କା ଉଠିବା ସହ ଅନେକ ସ୍ଥାନରେ ମେସିନ ଦ୍ଵାରା କାର୍ଯ୍ୟ କରୁଥିବା କଥା ପ୍ରମାଣିତ ହୋଇଥିବା ସତ୍ତ୍ବେ ଏହି ପ୍ରକ୍ରିୟା ନମିବାର ନା ନେଉନି। ସୂଚନା ଥାଉକି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତର RD ରାସ୍ତା ଠାରୁ ମସାଣିଘାଟ ରାସ୍ତା କାମରେ ବେପକା ଦୁର୍ନୀତି ଦେଖିବାକୁ ମିଳିଛି। ଏହାକୁ କାର୍ଯ୍ୟ ଜାରି ରହିଥିବା ଦର୍ଶାଇ ଟଙ୍କା ଉଠୁଥିବା ଦେଖିବାକୁ ମିଳିଛି l ଯାହାର କାର୍ଯ୍ୟର କୋଡ଼ ନଂ-2431014010 RC/10620326 ଏହାର ଅଟକଳ ମୂଲ୍ୟ 999656 ଟଙ୍କା କାମ କିଛି ମାସ ପୂର୍ବରୁ ସରିଯାଇଥିବା ବେଳେ ବର୍ତ୍ତମାନ ଏହାର ଏନ ଏମ୍ ଏମ୍ ଏସ ହେଉଥିବା ଦେଖିବା ପାଇଁ ମିଳିଛି lଏଭଳି କେଉଁ କେଉଁ କାମ ପୂର୍ବରୁ ହୋଇଥିବା ବେଳେ ବର୍ତ୍ତମାନ ଏହାର ଏନ ଏମ୍ ଏମ୍ ଏସ ହେଉଛି ତାହାର ତଦନ୍ତ ହେବା ଦରକାରl ମନରେଗା ଯୋଜନାରେ ଯେକୌଣସି କାଯ୍ୟ ଆରମ୍ଭ ହେଲେ କାଯ୍ୟ ଜାରୀ ଥୂବା ସମୟରେ ଫୋଟୋ ଉପଲୋଡ଼ କରିବା କଥା ଏବଂ ସରକାରୀ ନିୟମ ଅନୁଯାୟୀ ଏହାର ଏନଏମ ମଏମ ଏସ କରାଯାଏ । ଏନଏମଏସ୍ଏ ଏସ ଅର୍ଥ ହେଉଛି ନେସନାଲ ମେପିଂ ସିଷ୍ଟମ । ଏହା ଦ୍ବାରା କାଯ୍ୟରତ ଶ୍ରମିକଙ୍କ ନାମ ଓ କାଯ୍ୟସ୍ଥଳୀରେ ଶ୍ରମିକମାନେ କାଯ୍ୟ କରୁଥିବା ଫଟୋ ଅପଲୋଡ଼ କରାଗଲେ ପ୍ରକୃତରେ କାଯ୍ୟରେ କେତେ ଶ୍ରମିକ ନିୟୋଜିତ ହେଇଛନ୍ତି ଏବଂ କାଯ୍ୟ ସଠିକ ଭାବରେ ହେଉଛି କି ନାହିଁ ତାହା ସୃଷ୍ଟ ହେଇଥାଏ କିନ୍ତୁ ଏହାର ବିପରୀତ ଚିତ୍ର ଦେଖ‌ିବା ପାଇଁ ମିଳିଛି ତାଣ୍ଡାବାଇ ପଞ୍ଚାୟତରେ lତେବେ ଦେଖିବା ପାଇଁ ବାକି ରହିଲା ଏହାର ତଦନ୍ତ କିପରି ହେଉଛି ଓ କିପରି ପୂର୍ବ ରୁ ହେଇଥ‌ିବା କାର୍ଯ୍ୟର ଟଙ୍କା ବର୍ତ୍ତମାନ ପୈଠ ହେଉଛି ତାହାର ସତ୍ୟତା କେବେ ସାମ୍ନାକୁ ଆସୁଛି ତାକୁ ହିଁ ଅପେକ୍ଷା।

Leave A Reply

Your email address will not be published.