ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ଆର୍.ଏମ୍.ସି ସମ୍ମିଳନୀ କକ୍ଷରେ ଆଜି “ପ୍ରୋଟେକ୍ଟ ଟୁଡେ, ସିକ୍ୟୁର୍ ଟୁମାରୋ ” ଶୀର୍ଷକ ଅଧୀନରେ ଏକ ପରିବେଶ ଆଇନ୍ ସଚେତନତା ଶିବିର ସଫଳ ଭାବେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ତାଲୁକ ଆଇନ୍ ସେବା କମିଟି, ଭଞ୍ଜନଗରଙ୍କ ତରଫରୁ ଜାତୀୟ ଆଇନ୍ ସେବା ପ୍ରାଧିକରଣ ନାଲ୍ସା ଙ୍କ ଦିଗ ନିର୍ଦ୍ଦେଶ ଅନୁଯାୟୀ ଆୟୋଜନ କରାଯାଇଥିଲା।
ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଅଧ୍ୟକ୍ଷ, ତାଲୁକ ଆଇନ୍ ସେବା କମିଟି ଶ୍ରୀ ସେଖ୍ ମହମ୍ମଦ କଏସ୍ ଯୋଗଦେଇ ପରିବେଶ ସୁରକ୍ଷା ସହ ଆଇନଗତ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସ୍ୱସ୍ଥ ପରିବେଶ ମାନବ ଜୀବନର ମୌଳିକ ଅଧିକାର ଓ ପରିବେଶ ସୁରକ୍ଷା ପାଇଁ ଆଇନଗତ ଜ୍ଞାନ ଅତ୍ୟନ୍ତ ଆବଶ୍ୟକ।
ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଏସ୍.ଡି.ପି.ଓ ଡ. ଦୀପକ କୁମାର ମିଶ୍ର, ସହାୟକ କଲେକ୍ଟର ଶ୍ରୀ ରାମଚନ୍ଦ୍ର ମହାପାତ୍ର ଓ ଆର୍.ଏମ୍.ସି , ଭଞ୍ଜନଗର ସମ୍ପାଦକ ଶ୍ରୀ ସୁମନ୍ତ କୁମାର ସାହୁ ଉପସ୍ଥିତ ରହି ପରିବେଶ ପ୍ରଦୂଷଣ, ସ୍ୱାସ୍ଥ୍ୟ ସମସ୍ୟା ଓ ସାଧାରଣ ଲୋକଙ୍କ ଆଇନଗତ ସୁରକ୍ଷା ସମ୍ପର୍କରେ ମୂଲ୍ୟବାନ ମତାମତ ରଖିଥିଲେ।
କାର୍ଯ୍ୟକ୍ରମରେ ଆଇନ୍ ସେବା କମିଟି ସଦସ୍ୟ ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଶ୍ରୀମତୀ ଅଳକା ମଞ୍ଜରି ପଟ୍ଟନାୟକ ମଧ୍ୟ ଯୋଗଦେଇ ପରିବେଶ ସମ୍ପର୍କିତ ଆଇନ, ଅଭିଯୋଗ ନିରାକରଣ ବ୍ୟବସ୍ଥା ଓ ସାଧାରଣ ଲୋକ କିପରି ଆଇନ୍ ସେବାର ସହାୟତା ନେଇପାରିବେ ସେ ସମ୍ପର୍କରେ ସଚେତନ କରାଇଥିଲେ।
ଏହି ଶିବିରରେ ବିଭିନ୍ନ ବର୍ଗର ସାଧାରଣ ଲୋକ, ମହିଳା, କାର୍ଯ୍ୟରତ ଶ୍ରମିକ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ରହି ପରିବେଶ ସୁରକ୍ଷା ଓ ଆଇନଗତ ଅଧିକାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଲାଭ କରିଥିଲେ। କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.