ପ୍ରଦୂଷଣର ବିଷ ବଳୟ ଭିତରେ ରାଜଗାଙ୍ଗପୁର

0 2

ରାଜଗାଙ୍ଗପୁର: ରାଜଗାଙ୍ଗପୁର ସହର ଦୁଷିତ ହେବାର ଲାଗିଛି। ତା ମୁଖ୍ୟ କାରଣ ହେଉଛି କଳ କାରଖାନା ଓ ଯାନବାହାନ। ରାଜଗାଙ୍ଗପୁର ସହର ସିମେଣ୍ଟ କାରଖାନା ପାଇଁ ମାତ୍ରାଧିକ ଭାବେ ଦୁଷିତ ହେଉଛି। ସହର ରେ ଦିନ କୁ ଦିନ ବହୁ ସଂଖ୍ୟା ରେ ଲୋଡି଼ଙ୍ଗ ପାଇଁ ଯାନବାହାନ ଆସୁଛି। ପାର୍କିଙ୍ଗ ପାଇଁ ବ୍ୟବସ୍ଥା ଯଥେଷ୍ଟ ପରିମାଣରେ ନାହିଁ ସେଥିପାଇଁ ବଡ଼ ବଡ଼ ଗାଡ଼ି ଓ ଟ୍ରଲର ରାସ୍ତା କଡ଼ରେ ଠିଆ ରହୁଛି। ତାହା ଯୋଗୁଁ ଜନସାଧାରଣ ଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏତେ ପରିମାଣରେ ବାୟୁମଣ୍ଡଳ ଦୂଷିତ ହେଉଛି ଯେ ମାଟି ଗେଟ୍ ରୁ ରାଣିବନ୍ଧ ଯିବା ବେଳକୁ ଶ୍ଵାସ ନେବାକୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। OISL (ଜାମପାଲି) କାରଖାନା ଯୋଗୁଁ ରାଜପଥ -୧୦ ର ଦୁଇ ପାର୍ଶ୍ଵରେ ଯାନବାହାନ ଛିଡ଼ା ରହୁଛି। କାରଖାନା ର ପ୍ରାକିଙ୍ଗ ବେବସ୍ଥା ନାହିଁ। ପ୍ରାକିଙ୍ଗ ବେବସ୍ଥା ଥିଲେ। ଜନସାଧାରଣ ଙ୍କୁ ଯାତାୟାତ କରି ପାଇଁ ସୁବିଧା ହୋଇଥାନ୍ତା। ଗୋପବନ୍ଧୁ ହାଇସ୍କୁଲ ସୁବାସ ଚକ ବସଷ୍ଟାଣ୍ଡ ଲିପଲୋଇ ରୋଡ଼ ପର୍ଯ୍ୟନ୍ତ ଦୋକାନୀ ମାନେ ରାସ୍ତା ଉପରେ ଜିନିଷ ରଖି ବିକ୍ରୀ କରୁଛନ୍ତି। ଏଥିପାଇଁ ଯାନବାହାନ ଠିକ୍ ଯାତାୟାତ କରି ପାରୁନି।ଦିନ କୁ ଦିନ ଦୁର୍ଘଟଣା ହେଉଛି। ଯାନବାହାନ କୁ ବହୁତ ସମୟ ଲାଗୁଛି ଯିବା ପାଇଁ। ଏଥିପାଇଁ ସହର ଦୁଷିତ ହେବାର ଲାଗିଛି। ଏଥିପାଇଁ ପ୍ରଶାସନ ଦୁଷ୍ଟି ଦେବେ କି ସହର ବାସୀଙ୍କ ସୁବିଧା ପାଇଁ….?

Leave A Reply

Your email address will not be published.