ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ମାଲକାନଗିରି ଜିଲ୍ଲା ଏମଭି ୭୯ ଗ୍ରାମସ୍ଥିତ ଶାବେରୀ ଖେଳ ପଡିଆରେ ଗତ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଥିବା । ଛଗୋଟି କ୍ରିକେଟ ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ମ୍ୟାଚର ଧୂରନ୍ଧର ଏକାଦଶ ସହ ଷ୍ଟାର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ଧୂରନ୍ଧର ଏକାଦଶ ଏକ ତରଫା ଭାବେ ଏହି ମ୍ୟାଚକୁ ଜିତି ଥିବା ଦେଖିବାକୁ ମିଳିଛି। ଏହି ଟୁର୍ନାମେଣ୍ଟର ର ଫାଇନାଲ ମ୍ୟାଚ ପୂର୍ବରୁ ପୁରାତନ ଜନଶୁଣା ଖେଳାଳୀ ତଥା ଶାବେରୀ କ୍ରିକେଟ କ୍ଲବର ସଭାପତି ଇଶ୍ୱର ରାଓଙ୍କ ଅକାଳ ବିୟୋଗ ଯୋଗୁଁ ତାଙ୍କ ଆତ୍ମାର ସଦ୍ଗତିଃ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯଇଥିଲା। ଏହାପରେ ଅନୁଷ୍ଠିତ ମ୍ୟାଚରେ ଧୂରନ୍ଧର ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର୍ ଖେଳି ୧୦୨ ରନ କରିଥିବା ବେଳେ ୧୦୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଷ୍ଟାର ଏକାଦଶ ୮୫ ରନରେ ସୀମିତ ରହିଥିଲା । ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଶାବେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ବିଭୂତି ଚରଣ ସେଠୀ, ବରିଷ୍ଠ କ୍ରିକେଟ ଖେଳାଳୀ ମାନସ ରଞ୍ଜନ ଜେନା, ରାଜୀବ ମଣ୍ଡଲ, ସୁଜୟ ହାଲଦାର ଅତିଥି ଭାବେ ଯୋଗ ଦେଇ ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ଓ ନଗଦ ରାଶି ପ୍ରଦାନ କରିଛନ୍ତି। ଏହି ଟୁର୍ନାମେଣ୍ଟ ଫାଇନାଲ ଖେଳ ରେ ମ୍ୟାନ ଅଫ ଦି ମ୍ୟାଚ ସଞ୍ଜୟ ମଣ୍ଡଳ ଏବଂ ବେଷ୍ଟ ଟୁର୍ନାମେଣ୍ଟ ଅଫ ଖେଳାଳି ସଞ୍ଜୟ ବାଞ୍ଜାମି ହୋଇଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିଲେ ସଂଜୀବ ହାଲଦାର, ଇନ୍ଦ୍ରଜିତ ସରକାର, ତୁଷାର ମଣ୍ଡଲ, ବିଶ୍ଵଜିତ ମଣ୍ଡଲ, ଅବିନାଶ ମଣ୍ଡଳ, ବିଟୁ ବିସ୍ଵାଶ ସମେତ ଶାବେରୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post