କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟର ସମସ୍ତ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି | ଜିଲ୍ଲାରେ ଜିଲ୍ଲାଠାରୁ ବ୍ଲକ ପର୍ଯ୍ୟନ୍ତ ଓସ୍ଵାସ ଫାଇଲ କାର୍ଯ୍ୟ, ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ରାଜସ୍ବ ଜନଅଭିଯୋଗ ଶୁଣାଣି ଶିବିର ଏହା ଛଡା ପ୍ରତ୍ୟେକ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପୂର୍ବରୁ ପୂର୍ବ ଅଭିଯୋଗ ଶୁଣାଣି ଶିବିରରେ ଆସିଥିବା ଅଭିଯୋଗ ଗୁଡିକର ସମୀକ୍ଷା ସହ ୧ ତାରିଖରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୦ ଟି ନୂତନ ବେଡ଼ର ଆରମ୍ଭ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି | ଏହାଛଡା ଏମଏସଏମଇ ପାର୍କ ନିର୍ମାଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତି | ଏତତ ବ୍ୟତୀତ ସାମ୍ବାଦିକ ମାନେ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ | ରାସ୍ତା, ଜଳସେଚନ, ପାନୀୟ ଜଳ, ଟ୍ରାଫିକ ସମସ୍ୟା, ଭୁତଳ ଜଳ, ରାସ୍ତା ପ୍ରଶକ୍ତିକରଣ, ଵେଆଇନ ପାର୍କିଂ, ଦାଦନ ସମସ୍ୟା, ସମେତ ସାମ୍ବାଦିକଙ୍କ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଗୃହ ଯୋଗେଇଦେବା ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା | ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Next Post