ଗୋନାସିକା ମହୋତ୍ସବ ଲାଗି ପ୍ରଦର୍ଶନୀ ଫୁଟବଲ ମ୍ୟାଚ, ଜିଲ୍ଲା ପ୍ରଶାସନ ଏକାଦଶ ନାଗରିକ ଏକାଦଶକୁ ୪-୨ରେ ହରାଇଲା ।

0 1

 କେନ୍ଦୁଝର,ତା୩୦/୧୨-ଗୋନାସିକା ମହୋତ୍ସବ ୨୦୨୫ର ଆଜି ଅନ୍ତିମ ଦିବସ ତେଣୁ ସ୍ଥାନୀୟ ଶଙ୍କରପୁର ସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ନାଗରିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଆଥଲେଟିକ ଆସୋସିଏସନ ମିଳିତ ଉଦ୍ୟମରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ନାଗରିକ ଏକାଦଶ ପକ୍ଷରୁ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ଏହି ମ୍ୟାଚର ନେତୃତ୍ୱ ନେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଭଲ ଖେଳିଥିଲେ ଏବଂ ୪ଟି ଗୋଲ ଦେଇଥିଲେ। ନାଗରିକ ଏକାଦଶରେ ତାଳମେଳ ଆରମ୍ଭରୁ ଠିକ ନଥିଲେ ମଧ୍ୟରେ ଶେଷରେ ସୁଦର୍ଶନ ସ୍ୱାଇଁ ଓ ଯୁଧିଷ୍ଠିର ପାତ୍ର ଲଢୁଆ ଖେଳି ଗୋଟେ ଗୋଟେ ଗୋଲ ଦେଇ ସମ୍ମାନ ରଖିଥିଲେ। ନାଗରିକ ଦଳ ପକ୍ଷରୁ ସୁଢଳ ସେଠୀ ଗୋଲ ରକ୍ଷଣ ଲାଗି କଠିନ ଉଦ୍ୟମ କରି ଲହୁଲୁହାଣ ହୋଇଥିଲେ। ବ୍ରଜ କିଶୋର ରାୟ ଓ ପ୍ରଣୟ ପାଣି ସୁନ୍ଦର ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ। ନାଗରିକ ମଞ୍ଚ ପକ୍ଷରୁ ଦିଲୀପ କୁମାର ସାହୁ, ସାମ୍ବାଦିକ ଶରତ ଦାସ, ମଳୟ ପାଣି, ଶରତ ଜେନା, ମଗନ ମଲିକ, ରବିନ୍ଦ୍ର ପାଢ଼ୀ ଆଦି ମଧ୍ୟ ଖେଳିଥିଲେ। ଖେଳ ଶେଷରେ ଉଭୟ ଦଳଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.