ରାଜ୍ୟସ୍ତରୀୟ ଯୁବୋତ୍ସବ- ୨୦୨୫ ଉଦଯାପିତ।

0 1

କେନ୍ଦୁଝର,ତା୩୦/୧୨- ୨୪ ତାରିଖରୁ ୨୬ ତାରିଖ ତିନିଦିନ ଧରି ରାଜ୍ୟସ୍ତରୀୟ ଯୁବୋତ୍ସବ – ୨୦୨୫ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଉଦଯାପିତ ହୋଇଯାଇଛି।ଏହି ଉତ୍ସବରେ ରାଜ୍ୟର ୩୦ ଟି ଜିଲ୍ଲାରୁ ପ୍ରତିନିଧିତ୍ଵ କରି ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ପ୍ରତିଭାଗୀମାନେ। ଲୋକନୃତ୍ୟ ବିଭାଗରେ କେନ୍ଦୁଝର ଜିଲ୍ଲାର ପ୍ରତିନିଧିତ୍ଵ କରିଥିଲେ ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଇନ୍ଦ୍ରଧନୁ। ଏହି ଅନୁଷ୍ଠାନର ନୃତ୍ୟଟି ସମ୍ପୂର୍ଣ୍ଣ ଆଦିବାସୀ ଭଙ୍ଗୀରେ ଆଧାରିତ ଥିଲା। କେନ୍ଦୁଝରର ପ୍ରସିଦ୍ଧ ସାନ୍ତାଳି ସମ୍ପ୍ରଦାୟର ନୃତ୍ୟକୁ ରାଜ୍ୟସ୍ତରୀୟ ଯୁବୋତ୍ସବ – ୨୦୨୫ରେ ପ୍ରଦର୍ଶିତ କରିଥିଲେ ଇନ୍ଦ୍ରଧନୁର କଳାକାରମାନେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସରକାରଙ୍କ ଯୁବ, କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଏହି ନୃତ୍ୟର ଭୂୟସୀ ପ୍ରଶଂସା କରିଥିଲେ। କ୍ରୀଡା ସଚିବ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ନୃତ୍ୟ ପ୍ରଦର୍ଶନପରେ ମଞ୍ଚକୁ ଯାଇ କଳାକାର ମାନଙ୍କ ଉଦ୍ଦେଶ୍ୟରେ ପ୍ରଶଂସା କରିଥିଲେ ଓ ସାବାସି ଦେଇଥିଲେ। ଏହି ସାନ୍ତାଳୀ ନୃତ୍ୟକୁ ପ୍ରଦର୍ଶନ କରିଥିଲେ ସାତୁମ ରେଡ୍ଡୀ, ମୋନାଲିସା ପତି, ଶ୍ରାବଣୀ ଦ୍ବିବେଦୀ, ତାନ୍ୟା ତାସ୍ମିନ କର, ପ୍ରଭାତୀ ସାହୁ, ସୁପ୍ରିୟା ମହାରଣା, ଲକ୍ଷ୍ମୀପ୍ରିୟା କର, ସୌମ୍ୟା ସ୍ମୃତି ସାହୁ। ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ କେନ୍ଦୁଝରର ସୁପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶୁଭଶ୍ରୀ ପଟ୍ଟନାୟକ। ଇନ୍ଦ୍ରଧନୁର ପ୍ରତିଷ୍ଠାତା ଅଧ୍ଯକ୍ଷ ଇଂ ପ୍ରିୟଦର୍ଶୀ ଆର ପଟ୍ଟନାୟକ ଏହି ସଫଳତା ପାଇଁ ଜିଲ୍ଲା ପ୍ରଶାସନ ଓ କେନ୍ଦୁଝରର ସମସ୍ତ ଶୁଭେଚ୍ଛୁମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ବରର ସମସ୍ତ ପ୍ରକାର ସୁବିଧା ସୁଯୋଗର ପ୍ରାବଧାନ କରିଥିବା ଜିଲ୍ଲାର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଅନନ୍ତ ନାୟକଙ୍କୁ ମଧ୍ୟ ଶ୍ରୀ ପଟ୍ଟନାୟକ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.