ଶୀତଦିନେ ବରିଷ୍ଠଙ୍କ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ।

0 1


ବ୍ରହ୍ମପୁର: ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନେ ବରିଷ୍ଠ ସ୍ଵାସ୍ଥ୍ୟ ରକ୍ଷା ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତଋତୁରେ ବରିଷ୍ଠଙ୍କ ସ୍ଵାସ୍ଥ୍ୟରକ୍ଷା ପାଇଁ ସ୍ଵତନ୍ତ୍ର ସତର୍କତାର ଆବଶ୍ୟକ ଅଛି। ବହୁମୂତ୍ର, ରକ୍ତଚାପ, ଆଣ୍ଠୁ ଗଣ୍ଠି ବ୍ୟଥା, ହୃଦଘାତ ଓ ପକ୍ଷାଘାତର ଭୟ ଅଛି।ଶୀତ ଲୁଗା,ଗରମ ଜଳ ସ୍ନାନ ପାନ, ସୂର୍ଯ୍ୟ କିରଣ ସେବା କରିବେ। ବହୁମୂତ୍ର ପାଇଁ ଘୃତକୁମାରୀ ରସ,ଜାମୁକୋଳି ମଞ୍ଜି ଚୂର୍ଣ୍ଣ ଖାଇବେ।ରକ୍ତଚାପ ପାଇଁ ଆଠଘଣ୍ଟା ଶୋଇବେ, ଯୋଗ ଆସନ କରିବେ, ସର୍ପଗନ୍ଧା ଚେର ରକ୍ତଚାପ ମାପ ଅନୁସାରେ ଘୋରି ଖାଇବେ।ଆଣ୍ଠୁ ବ୍ୟଥା ପାଇଁ କ୍ଷୀର, ବାଦାମ, ଡ଼ାଲି ଜାତୀୟ ଓ ଲଘୁ ଭୋଜନ କରିବେ,ଶୁଣ୍ଠି ବା ଅଦା ଖାଇବେ, ଉଷ୍ଣ ସୋରିଷ ତେଲ ଲଗାଇବେ। ହୃଦ୍ଘାତରେ ଗରମ ବ୍ୟବହାର ସହ ଅର୍ଜୁନ ଛାଲି କ୍ୱାଥ, ପଦ୍ମ ମଞ୍ଜି ଖାଇବେ। ପକ୍ଷାଘାତ ପାଇଁ ଶୀତ ଦିନିଆ ସତର୍କ ସହ ଶୁଦ୍ଧବାଇଢୁଙ୍କ ମଞ୍ଜି ଚୂର୍ଣ୍ଣ ଖାଇବେ। ଯଥାସମ୍ଭବ ଚାଲିବେ, ଲଘୁ ଭୋଜନ ଖାଇବେ, ପେଟ ସଫା ରଖିବେ, ଆମିଷ, ଚର୍ବି ଜାତୀୟ ଖାଦ୍ୟ ଖାଇବେ ନାହିଁ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ ଇତ୍ୟାଦି ପରୀକ୍ଷା ସହ ମାଗଣା ଔଷଧ ବିତରଣ କରଯାଇଥିଲା।

Leave A Reply

Your email address will not be published.