ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ମହୋତ୍ସବ ଉଦଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବ କରିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଏ ମାଟି ଉପେନ୍ଦ୍ର ଭଞ୍ଜଙ୍କ କର୍ମଭୂମି ବୋଲି କହିଥିଲେ। ବିଜୁ ପଟ୍ଟନାୟକଙ୍କ ପାଇଁ ନୟାଗଡ଼ ଜିଲ୍ଲା ମାନ୍ୟତା ପାଇଥିବା ବାଚସ୍ପତି କହିବା ସହ ତାଙ୍କ ଅବଦାନ ଚିର ସ୍ମରଣୀୟ ବୋଲି କହିଥିଲେ। ଏହା କୃତଜ୍ଞତା ପ୍ରକାଶ କରିଥିଲେ। ଏହା ସହିତ ଅନେକ ପର୍ଯ୍ୟଟନ କ୍ଷେତ୍ର ଓ ଦେବଦେବୀଙ୍କ ପୀଠ ପାଇଁ ନୟାଗଡ଼ ସାରା ରାଜ୍ୟରେ ଦୃଷ୍ଟି ଆକର୍ଷଣ କରିଛି। ଏ ମାଟି ସଂସ୍କୃତିର ମାଟି ବୋଲି କହିଥିଲେ। ମହୋତ୍ସବ ମଞ୍ଚରୁ ସେହ୍ନ ଓ ସଦ୍ଦିଛାର ନେଇ ସମସ୍ତେ ଫେରିବା ଓ ଭାଇଚାରା ସହ ଆଗକୁ ବଢ଼ିବା ବୋଲି ବାଚସ୍ପତି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବିଷ୍ଣୁପ୍ରିୟା ବେହେରା, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ରଣପୁର ବ୍ଲକ୍ ଅଧ୍ୟକ୍ଷ ନିର୍ମଳା ବେହେରା, ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ବର ଶତପଥୀ, ରଜନୀରାଣୀ ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ତରେଇ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ପ୍ରମୁଖ ମଞ୍ଚାସିନ ହୋଇ ନୟାଗଡ଼ ବିକାଶ, ନୟାଗଡ଼ ପର୍ଯ୍ୟଟନ କ୍ଷେତ୍ର, କଳା, ସାହିତ୍ୟ ଓ ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ। ଉଦଯାପନ ସନ୍ଧ୍ୟାକୁ ସାମ୍ବାଦିକ ଜୟେନ୍ଦ୍ର ବେହେରା ସଂଯୋଜନା କରିଥିଲେ। ଶେଷ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଖୋର୍ଦ୍ଧାର କଳିଙ୍ଗ ପାଇକ ଆଖଡ଼ା ବେଶ ଚିତ୍ତାକର୍ଷକ ଥିଲା। ଉଦଯାପନ ସନ୍ଧ୍ୟାରେ ରୁକସେନା ମେଲୋଡି ଦର୍ଶକଙ୍କୁ ବିମୋହିତ କରିଥିଲା।
Sign in
Sign in
Recover your password.
A password will be e-mailed to you.