ସେଚ୍ଛାସେବୀ ସଂଗଠନ ଭଞ୍ଜସେନା ର ପ୍ରଥମ ବୈଠକ

0

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )- ଘୁମୁସର ମାଟିର ଏକ ପ୍ରମୁଖ ସମାଜସେବୀ ଅନୁଷ୍ଠାନ ଭଞ୍ଜସେନା ସଂଗଠନର ପ୍ରଥମ ବୈଠକ ଏବଂ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ବେଲଗୁଣ୍ଠା ବ୍ଲକ ତନରଡା ସ୍ଥିତ ମାଆ ବାସଙ୍ଗ ପୀଠରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ବଂଶୀଧର ପ୍ରଧାନ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ଭି. ଦେବୀପ୍ରସାଦ ପାତ୍ର ଉପସ୍ଥିତ ରହି ସଂଗଠନର ଲକ୍ଷ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ଭଞ୍ଜସେନା ସଂଗଠନ ଘୁମୁସର ଅଞ୍ଚଳରେ ସାମାଜିକ ବିକାଶ ସହିତ ଅସହାୟ ଓ ଦୁଃଖୀ ଲୋକଙ୍କ ସହାୟତା ଦିଗରେ କାର୍ଯ୍ୟ କରି ଆସୁଛି। ସଂଗଠନ ପକ୍ଷରୁ ଗୋ-ସୁରକ୍ଷା, ହିନ୍ଦୁତ୍ୱ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା, ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଭଳି କାର୍ଯ୍ୟକ୍ରମ କରାଯିବାକୁ ଲକ୍ଷ ରଖିଛି।ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା, ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ସହ ସଂଗଠନକୁ ବିଧିବଦ୍ଧ ଭାବେ ପଞ୍ଜୀକୃତ କରିବା ନେଇ ଆଲୋଚନା କରାଯାଇଥିଲା।ଆଜିର ବୈଠକରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ଏବଂ ବୁଗୁଡ଼ା ବ୍ଲକରୁ ଦେଢ଼ଶହରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନର ସଭାପତି ମିଲୁ ଗୌଡ଼, ଉପ-ସଭାପତି ମନୋଜ କୁମାର ନାୟକ, ସମ୍ପାଦକ ସଦାଶିବ ପାଣିଗ୍ରାହୀ, ଗ୍ରୁପ ପ୍ରତିଷ୍ଠାତା ମିଲନ କୁମାର ଭୁୟାଁ, ଚିନ୍ମୟ ଶେଖର ସାମନ୍ତରାୟ ଓ ବିନାୟକ ମହାରଣା ପ୍ରମୁଖ ସକ୍ରିୟ ଭୂମିକା ନିଭାଇଥିଲେ

Leave A Reply

Your email address will not be published.