କେନ୍ଦୁଝର,ତା୨୮/୧୨- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନରଣପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ଠାରେ ଓଡିଶା ଆଦିବାସୀ କୁଡୁମୀ ସମାଜର ବନ୍ଧୁମିଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମାବେଶ ୨୦୨୫ ଅନୁଷ୍ଠିତ ହୋଇଯାଇଛି ତା ସହ ରାଜ୍ୟ କମିଟି ମଧ୍ୟ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଜିତ ପ୍ରସାଦ ମାହାତୋ ଯୋଗଦେଇ କୁଡୁମି ସମାଜ ଉପରେ ଆଲୋକପାତ କରି କହିଥିଲେ କୁଡୁମୀକୁ ସବୁ କ୍ଷେତ୍ରରେ ସରକାର ଅବହେଳା କରି ଆସୁଛି ସରକାର। ସରକାରୀ କ୍ଷେତ୍ରରେ କୁଡୁମି ମାନଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ସରକାର ସବୁବେଳେ ପଛଘୁଞ୍ଚା ଦେଇଛନ୍ତି ଆନ୍ତରିକତା ଦେଖାଉ ନାହାନ୍ତି ଫଳରେ କୁଡୁମି ଜାତି ବାରମ୍ବାର ଆନ୍ଦୋଳନ କରିଆସୁଛି। ସେପ୍ଟେମ୍ବର ମାସରେ ରେଳଟେକା ହୋଇଥିଲା ସେଥିରେ ବିଶେଷ କରି ପଶ୍ଚିମବଙ୍ଗ, ଝାରଖଣ୍ଡ, ଓଡ଼ିଶାର ବହୁ ଜିଲ୍ଲାରେ ରେଲଟେକା ଆନ୍ଦୋଳନ ହୋଇଥିଲା ବହୁ ଜାଗାରେ ରେଳରୋକ ସଫଳ ହୋଇଥିଲା। ବହୁ ଜାଗାରେ ରେଳ ରୋକ କରିବା ପାଇଁ କୁଡୁମି ଜାତିର ଲୋକମାନେ ରେଳ ଷ୍ଟେସନ ମାନଙ୍କରେ ଧାରଣା ଦେବାସହ ରେଳ ଅଟକାଇବା ପାଇଁ ମଧ୍ୟ ଚେଷ୍ଟା ଜାରି ରଖିଥିଲେ ବୋଲି ଆଦିବାସୀ କୁଡୁମୀ ସମାଜର ମାର୍ଗଦର୍ଶକ ଅଜିତ ମାହାତୋ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ସନାତନ ମହାନ୍ତ ସଭାପତିତ୍ବ କରିଥିଲାବେଳେ ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିଲେ ସଂପାଦକ ଦୋଳଗୋବିନ୍ଦ ମହାନ୍ତ। ଆଜିର ଏହି ରାମଚନ୍ଦ୍ରପୁର ଠାରେ ହେଉଥିବା ବନ୍ଧୁ ମିଳନ ଉତ୍ସବରେ କେନ୍ଦୁଝର,ସୁନ୍ଦରଗଡ଼, ଯାଜପୁର, ମୟୁରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ ସମେତ ବହୁ ଜିଲ୍ଲାରୁ ଯୋଗ ଦେଇଥିବା ବେଳେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର କୁଡୁମି ଜାତିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ। ଆଦିବାସୀ କୁଡୁମୀ ସମାଜର କେନ୍ଦ୍ରୀୟ ଅଧ୍ୟକ୍ଷ ଶଶାଙ୍କ ଶେଖର ମାହାତୋ ଯୋଗଦେଇ କହିଥିଲେ ବର୍ତ୍ତମାନ ଏକ ହୋଇ ଲଢ଼ିବା ପାଇଁ ସମୟ ଆସିଛି। ଆମକୁ ସମସ୍ତଙ୍କୁ ଏକ ହେବା ପାଇଁ ପଡିବ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ଯେତେ ପର୍ଯ୍ୟନ୍ତ ଆମକୁ ଆଦିବାସୀ ମାନ୍ୟତା ନମିଳିଛି। ଯଦି ସରକାର ଆଦିବାସୀ ମାନ୍ୟତା ପ୍ରଦାନ କରନ୍ତି ତାହା ହେଲେ ପୁଣି ଅଖ ଚକ ବନ୍ଦ କରିଦିଆଯିବ ବୋଲି କହିଛନ୍ତି।ଯୋଗ ଦେଇଥିବା ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ କେନ୍ଦ୍ରୀୟ କମିଟି ମୁଖପାତ୍ର ଶଶଧର କାଳୁଆର ମଧ୍ୟ କୁଡୁମୀ ଜାତିକୁ ଏକ ହୋଇ ଲଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ବନ୍ଧୁ ମିଳନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା କୁଡୁମାଲୀ ଗୀତର ତାଳେ ତାଳେ ମାନ୍ଦଳ ବାଦ୍ୟ ପରିବେଷଣ କରା ଯାଇଥିବା ବେଳେ ଝୁମର ସଙ୍ଗୀତ ପରିବେଷଣ କରିଥିଲେ ଦେବକୀ ଦିଦି ଗୀତର ତାଳେ ତାଳେ ଧୁମ୍ ଧାମରେ ନାଚଗୀତ କରି ମଜା ଉଠାଇଥିଲେ ରାମଚନ୍ଦ୍ରପୁରରେ ଏକାଠି ହୋଇଥିବା କୁଡୁମୀ ଜାତିର ସମସ୍ତ ସଦସ୍ୟ। ଅଜିତ ପ୍ରସାଦ ମାହାତୋ କୁଡୁମାଲୀ ଭାଷା ପରିଷଦ ତରଫରୁ କୁଡମାଲୀ ଲିପିରେ କୁଡମାଲୀ ବିଦ୍ୟାଳୟ ରାମଚନ୍ଦ୍ରପୁର ତେନ୍ତୁଳି ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମଣ ମହାନ୍ତ ,କାଞ୍ଚନ ମହାନ୍ତ, ପଟେଲ ଚନ୍ଦ୍ର ମହାନ୍ତ,ମଦନ ମୋହନ ମହାନ୍ତ,ରଞ୍ଜନ ମହାନ୍ତ,ଭରତ ଚନ୍ଦ୍ର ମହାନ୍ତ , ବାସନ୍ତୀ ମହାନ୍ତ,ଦୌପଦୀ ମହାନ୍ତ,ଚିତ୍ତରଞ୍ଜନ ମହାନ୍ତ, ବିଷ୍ଣୁ ଚନ୍ଦ୍ର ବଂଶୀୟାର , ଜଗବନ୍ଧୁ ମହନ୍ତ, ରାମଚନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ , ମିତ୍ରଭାନୁ ମହାନ୍ତ, ଅର୍ଜୁନ ଚରଣ ମହାନ୍ତ,ସହ ବହୁ କୁଡୁମୀ ଜାତିର ଭାଇ ଭଉଣୀ ଏକାଠି ହୋଇଥିଲେ। ଆଦିବାସୀ କୁଡୁମୀ ସମାଜର କେନ୍ଦ୍ରୀୟ ଅଧ୍ୟକ୍ଷ ଶଶାଙ୍କ ଶେଖର ମାହାତୋ ପୂନର୍ବାର ଓଡ଼ିଶା ପ୍ରଦେଶର ଦୋଳଗୋବିନ୍ଦ ମହାନ୍ତଙ୍କୁ ରାଜ୍ୟ ସଭାପତି ଓ ମିଲନ କୁମାର ମହାନ୍ତଙ୍କୁ ସାଧାରଣ ସମ୍ପାଦକ ଭାବେ ଘୋଷଣା କରିବା ସହ ରାଜ୍ୟ କମିଟି ମଧ୍ୟ ଘୋଷଣା କରା ଯାଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Next Post