ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ କାଶୀନଗର ର ଶ୍ରୀରାମ ଡିଗ୍ରୀ କଲେଜ ଠାରେ ତିନି ଦିନ ଧରି ଚାଲିଥିବା ଜାତୀୟ ସେବା ଯୋଜନା ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିଶିର ଉଦଯାପିତ।
ଉକ୍ତ କାର୍ଯ୍ୟକ୍ରମର ଉଦଯାପାନୀ ଦିବସରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ମାନ୍ୟବର ଇଂ. ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ସଭାପତି ଗବାର ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା , ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ପ୍ରିନ୍ସପାଲ ଡ.ପ୍ରଶାନ୍ତ ବନପଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ସର୍ମିତା ଭୁକ୍ତା , ବିଧାୟକ ତାଙ୍କ ଅଭିଭାଷଣ ରେ କହିଥିଲେ କି ଏହି ଡିଗ୍ରୀ କଲେଜ ର ଉନ୍ନତି ପାଇଁ ଯାହାବି ସହାୟତା ରାଶି ଆବଶ୍ୟକ ରହିଛି ସେ ସବୁ ପାଇଁ ବିଧାୟକ ପାଣ୍ଠି ରୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ଜିଲ୍ଲା ପରିଷଦ ସଭାପତି ମଧ୍ୟ ଏହି ଡିଗ୍ରୀ କଲେଜ ର ଉନ୍ନତି ପାଇଁ ନିଶ୍ଚିତ ସହଯୋଗ କରିବେ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.