ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗୃହପାଳିତ ପଶୁପକ୍ଷୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ମାନଙ୍କୁ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଟୀକା,ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଇ ଦିଆଯାଇଥାଏ I କିନ୍ତୁ ବହୁ ସମୟରେ ଚାଷୀ ମାନଙ୍କୁ ସେମାନଙ୍କ ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ଆବଶ୍ୟକୀୟ ଔଷଧ ମିଳିନଥାଏ I ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ, ଇଞ୍ଜେକ୍ସନ ଆସୁନଥିବା ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ତରଫରୁ ସଫେଇ ଦିଆଯାଇଥାଏ I ଏନେଇ ବହୁ ସମୟରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଏବଂ ଚାଷୀଙ୍କ ମଧ୍ୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ I କିନ୍ତୁ ଆଜି ଏହାର ଏକ ବିପରୀତ ସ୍ଥିତି ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ପଂଚାୟତ ଅନ୍ତର୍ଗତ ଜାଲଖାଇ ରାସ୍ତାରେ I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଲକ୍ ମଙ୍ଗଳପୁର ଠାରୁ ଜାଲଖାଇ ରାସ୍ତାରେ ଜାଲଖାଇ ଗ୍ରାମ ଆରମ୍ଭରୁ ଏକ ବୁଦାରେ ପଶୁପକ୍ଷୀଙ୍କ ଟୀକାକରଣ ନିମନ୍ତେ ଉଦ୍ଦିଷ୍ଟ STERILE DILUENT FOR RECONSTITUTION OF ND,IB,IBD & COMBINATION VACCINES FOR POULTRY (VETEARINARY) MULTI DOSE VIAL, 36ml ନାମକ ଔଷଧ ଥିବା ୧୦ ରୁ ଅଧିକ ପେଟି ପଡିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ I ଔଷଧ ଗୁଡ଼ିକ ସମ୍ପୂର୍ଣ୍ଣ ଅବ୍ୟବହୃତ ହୋଇ ପଡିରହିଥିବା ବେଳେ ଏହାର ଗୁଣବତ୍ତା ଅବଧି ଆସନ୍ତା ବର୍ଷ ନଭେମ୍ବର ମାସ ପର୍ଯ୍ଯନ୍ତ ରହିଥିବା ଦେଖିବାକୁ ମିଳିଛି I ବହୁ ସମୟରେ ଚାଷୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ନିଜ ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ଆବଶ୍ୟକୀୟ ଔଷଧ ନପାଇ ବାହାର ବଜାରରୁ ଚଢା ଦରରେ କିଣୁଥିବା ବେଳେ ପଶୁପକ୍ଷୀଙ୍କ ପାଇଁ ଆସିଥିବା ଔଷଧକୁ ଏକ୍ସପାରୀ ସମୟ ପୂର୍ବରୁ ରାସ୍ତାରେ ଫୋପାଡ଼ି ଦିଆଯାଉଥିବା ଘଟଣାକୁନେଇ ସ୍ଥାନୀୟ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି I ତେବେ ଏତେ ପରିମାଣର ଔଷଧକୁ ଏକ୍ସପାରୀ ସମୟ ପୂର୍ବରୁ କେଉଁଠାରୁ ଆଣି କିଏ କାହିଁକି ବୁଦାରେ ପକାଇଲା ତାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ I
Sign in
Sign in
Recover your password.
A password will be e-mailed to you.