ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାସ ମାସ ଧରି ଓଡ଼ିଶା ମେଡିକାଲ ସେବା ସଂଘ (ଓମସା)ର ରହିଥିବା ୧୮ ଦଫା ନ୍ୟାର୍ଯ୍ୟ ଦାବିକୁ ସରକାର ପୂରଣ କରିବା ଦିଗରେ ବୈମାତୃକ ମନୋଭାବ ପ୍ରଦର୍ଶନ କରି ଆସୁଥିବା ପ୍ରତିବାଦରେ ଏବଂ ସଂଘର ନିର୍ଦ୍ଦେଶ କ୍ରମେ ଆଜି ୨୬/୧୨/୨୦୨୫ ତାରିଖ ଦିନଠାରୁ ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଓମସା -ଡାକ୍ତର ମାନଙ୍କ ପକ୍ଷରୁ ଏକ ଘଣ୍ଟା ପାଇଁ ଓପିଡି ସେବା ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । ଫଳରେ ରୋଗୀ ସେବାରେ ବ୍ୟାଘାତ ଦେଖା ଦେଇଥିଲା।
“ଓମସା” ତରଫରୁ ସାରା ଓଡିଶାର ଡାକ୍ତର ମାନେ ବହୁ-ଦିନରୁ ରାଜ୍ୟ ସରକାରଙ୍କ ପାଖରେ ନିଜର ବିଭିନ୍ନ ନାର୍ଯ୍ୟ ଦାବି ଗୁଡ଼ିକ ହାସଲ ପାଇଁ ଜଣାଇ ଆସୁଥିଲେ , କିନ୍ତୁ ସରକାର ଏଥିନେଇ ସମୟ ସୀମା ମଧ୍ୟରେ କିଛି ଠୋସ଼୍ ପଦକ୍ଷେପ ଗ୍ରହଣ କରିଲେ ନାହିଁ। ଏହି ପରିପ୍ରେକ୍ଷୀରେ ଓମସା ଡାକ୍ତର ସମୂହ ବିଗତ ଦିନ ମାନଙ୍କରେ ସରକାରଙ୍କ ନିକଟରେ ସେମାନଙ୍କ ୧୮ ଦଫା ଦାବୀ ଉପସ୍ଥାପନ କରିଥିଲେ। ବିଭିନ୍ନ ସମୟରେ ଓମସା ଓ ସରକାରଙ୍କ ମଧ୍ୟରେ ଏ ବିଷୟରେ ବହୁଥର ବିଚାର ବିମର୍ଷ କରା ଯାଇଥିଲା ଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଦ୍ଧିଷ୍ଟ ସମୟ ମଧ୍ୟ ଧାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମୟ ସହିତ ବହୁ ପ୍ରତୀକ୍ଷିତ ସରକାରୀ ଡାକ୍ତର ମାନେ ଧୈର୍ଯ୍ୟର ସହ ଅପେକ୍ଷା କରି ସରକାରଙ୍କ ଭରସାରେ ରହିଲେ। କିନ୍ତୁ ଏ ସମସ୍ୟାର କୌଣସି ଆଖିଦୃଶିଆ ପଦକ୍ଷେପ ସରକାରୀ ସ୍ତରରେ ଗ୍ରହଣ କରା ହେଲା ନାହିଁ। ଏଥିପାଇଁ ଓମସା ତରଫରୁ ଓପିଡି ସେବା ଏକ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଆଜି ଠାରୁ ଆରମ୍ଭ କରାଯାଇଛି। ରୋଗୀ ମାନଙ୍କୁ ସରକାରୀ ସ୍ତରର ଊଦାସୀନତା ବିଷୟରେ ବୁଝାଇ ଦିଆଯିବ ଏବଂ ୧୮ ଦଫା ଦାବୀ ନେଇ ଡାକ୍ତର ମାନଙ୍କ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବଳବତ୍ତର ରହିବ ବୋଲି “ଓମସା” ଜିଲ୍ଲା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post