ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )୨୬/୧୨, ବେଲଗୁଣ୍ଠା ଅଞ୍ଚଳରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲ୍ ଆସିବାର ଦୀର୍ଘ ଦୁଇ ଘଣ୍ଟା ବିତିଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ୍ ନଆସିବା ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି I ସୂଚନା ପ୍ରକାରେ ଆଜି ପିତଳ ଅଞ୍ଚଳର ଅମର ମୁନି (24) ଆଜି ବାଲିପଦର ପଟୁ ବେଲଗୁଣ୍ଠା ଅଭିମୁଖେ ଏକ ମୋଟରସାଇକେଲ୍ ଯୋଗେ ଆସୁଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ଚଢିଆପଲ୍ଲୀ ପୋଲ ନିକଟରେ ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ବେହୋସ ହୋଇ ପଡିଥିଲେ I ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ବେଲଗୁଣ୍ଠା ଅଞ୍ଚଳର ମନୋଜ ପ୍ରଧାନ ତାଙ୍କୁ ସନ୍ଧ୍ୟା ପାଞ୍ଚ ଘଣ୍ଟା ତିରିଶ୍ ମିନିଟ୍ ସମୟରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ସେଠାରେ ଗୁରୁତର ଅମରଙ୍କୁ ଚିକିତ୍ସାରେ ଅବହେଳା କରାଯିବା ସହିତ ଭଞ୍ଜନଗର ମେଡିକାଲ୍ କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ନିର୍ଦ୍ଦେଶ ଦେଇଥିଲେ I ଅମରଙ୍କୁ ଭଞ୍ଜନଗର ମେଡିକାଲ୍ କୁ ନେବାପାଇଁ ପ୍ରଥମେ ୧୦୮ କୁ ଯୋଗାଯୋଗ କରାଯାଇଥିଲା I କିନ୍ତୁ ୧୦୮ ଉପଲବ୍ଧ ନଥିବାରୁ ୧୧୨ କୁ ବାରମ୍ବାର ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ ଦୀର୍ଘ ଦୁଇ ଘଣ୍ଟା ହେବ ସେଠାରୁ କୌଣସି ସହଯୋଗ ମିଳିପାରି ନାହିଁ I ଏପଟେ ବେଲଗୁଣ୍ଠା ମେଡିକାଲ୍ ରେ ଆମ୍ବୁଲାନ୍ସ୍ ଥିଲେ ମଧ୍ୟ ଡ୍ରାଇଭର ନଥିବାରୁ ତାହା ଅଚଳ I ଦୀର୍ଘ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଗୁରୁତର ଅମର ବେହୋସ ଅବସ୍ଥାରେ ପଡିରହିଥିବା ବେଳେ ସ୍ୱାସ୍ଥ୍ୟବିଭାଗର ଉଦାସୀନତା ସାଧାରଣରେ ସ୍ୱାସ୍ଥ୍ୟ ସେବା ପ୍ରତି ପ୍ରଶ୍ନ ଉଠାଉଛି I ଅମରଙ୍କ ଦୁର୍ଘଟଣା ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି I
Sign in
Sign in
Recover your password.
A password will be e-mailed to you.