ଜଗତସିଂହପୁର,ତା-୨୬.୧୨.୨୦୨୫/ସୁମନ୍ତ କୁମାର ଦାସ: ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ସ୍ପେଶାଲ ଡ୍ରାଇଭ ଚାଲିଥିବାବେଳେ ଶୁକ୍ରବାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ବିଭାଗ।
ଜଗତସିଂହପୁର ଥାନା ଅନ୍ତର୍ଗତ ଗଉଡୁଣି ପଡିଆ ଠାରେ ଦୀର୍ଘ ଦିନ ହେବ ବ୍ରାଉନସୁଗାର କାରବାର ଲୁଚାଛପାରେ ଚାଲୁଥିବାର ଏକ ଅଭିଯୋଗକୁ ଭିତ୍ତି କରି ଜଗତସିଂହପୁର ଅବକାରୀ ରେଞ୍ଜ ର ଇନ୍ସପେକ୍ଟର ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରିଥିଲେ। ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳ ରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତାକୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୨୫ ଗ୍ରାମର ବେଆଇନ ହେରୋଇନ ଏବଂ ହେରୋଇନ ବ୍ୟବସାୟରେ ବ୍ୟବହୃତ ଏକ ଟିଭିଏସ୍ ଜୁପିଟର ସ୍କୁଟି ଜବତ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ଯ ୩,୦୦,୦୦୦ ଟଙ୍କା ହେବ। ଗିରଫ ଅଭିଯୁକ୍ତ ଜଣକ ହେଲେ ଅଲଣା ଗ୍ରାମର ସ୍ବର୍ଗତ ଅନନ୍ତ ଚରଣ ସାହୁଙ୍କ ପୁଅ ମୁନା ସାହୁ(୩୬)।
ସେହିପରି ଅନ୍ୟ ଏକ ଘଟଣାକ୍ରମ ପାରାଦୀପ ଅବକାରୀ ରେଞ୍ଜ ର ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରର ଏକ ଟିମ ପାରାଦୀପ ଥାନା ଅନ୍ତର୍ଗତ ମଧୁବନ ଜଗନ୍ନାଥ କଲୋନିରେ ଚଢାଉ କରି ୧କେଜି ୨୫୦ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ବେପାରରେ ଜଡିତ ଥିବା ଜଗନ୍ନାଥ କଲୋନିର ସ୍ବର୍ଗତ ଗୌରହରି କରଣ ଙ୍କ ପୁଅ ଝାଡେଶ୍ବର କରଣ(୩୬) ଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ଯ ୧୦,୨୫୦ ଟଙ୍କା ହେବ।
ଆଜିର ଏହି ଚଢାଉ ରେ ଜଗତସିଂହପୁର ଅବକାରୀ ରେଞ୍ଜ ର କନଷ୍ଟେବଳ ଜୟଦେବ ପାତ୍ର, ବର୍ଷାରାଣୀ ଖୁଣ୍ଟିଆ, ଦୀନବନ୍ଧୁ ସେଠୀ, ଅନୁରାଗ ସୂର୍ୟବଂଶୀ, ପାରାଦୀପ ଅବକାରୀ ରେଞ୍ଜ ର ଏ ଏସ୍ ଆଇ ଗୟାଧର ସେଠୀ, କନଷ୍ଟେବଳ ନବଘନ ମାରାଣ୍ଡି, ସନ୍ତୋଷୀ ସାହୁ, ମନୋରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ। ପ୍ରକାଶ ଥାଉ କି ଗିରଫ ଅଭିଯୁକ୍ତ ମୁନା ସାହୁ ଜଣେ ପେଶାଦାର ହେରୋଇନ ବ୍ୟବସାୟୀ। ତାଙ୍କ ନାମରେ ପୂର୍ବ ରୁ ଅନେକ ମାମଲା ରହିଛି।
ଗିରଫ ଦୁଇ ଅଭିଯୁକ୍ତ ଙ୍କୁ ଦୁଇଟି ଅଲଗା ଅଲଗା ମାମଲାରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତ ଦ୍ବୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ନାର୍କୋଟିକ୍ସ ବ୍ୟବସାୟ ବିରୋଧରେ ଚଢାଉ କୁ ଅଧିକ ତୀବ୍ରତର କରାଯିବ ସହ ଶୂନ୍ଯସହନଶୀଳ ନୀତିରେ ସମସ୍ତ ଅଭିଯୁକ୍ତଙ୍କୁ ଦମନ କରିବା ପାଇଁ ଆଗାମୀ ଦିନରେ ଅବକାରୀ ବିଭାଗ ତାର ପ୍ରୟାସ ଜାରି ରଖିବ ବୋଲି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.