କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ପାଟକୁରା ବିଜୁ ଜନତା ଦଳ ପକ୍ଷରୁ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ୍ ବ୍ଲକ ଚାଟରା ଚକଡା ପରିସରରେ ଅବସ୍ଥିତ କଲ୍ୟାଣି ମଣ୍ଡପରେ ୨୯ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଲ୍ଲାସର ସହିତ ପାଳନ କରାଯାଇଛି। ଏହି ଅବସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତୈଳ ଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ତାଙ୍କ ଆଦର୍ଶ ଓ ଓଡ଼ିଶା ପାଇଁ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟ କ୍ରମରେ ଉପସ୍ଥିତ ନେତାମାନେ ତାଙ୍କ ଭାଷଣରେ କହିଥିଲେ ଯେ ବିଜୁ ଜନତା ଦଳ ସଦା ସର୍ବଦା ଗରିବ, କୃଷକ, ମହିଳା ଓ ଯୁବକଙ୍କ ହିତରେ କାମ କରିଆସୁଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉନ୍ନତିର ଏକ ନୂତନ ଦିଗକୁ ଅଗ୍ରସର ହୋଇଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ବିଭିନ୍ନ ଜନକଳ୍ୟାଣମୂଳକ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ମାନ ବୃଦ୍ଧି ପାଇଥିବାରୁ ଦଳ ପ୍ରତି ଲୋକଙ୍କର ଆସ୍ଥା ଅଟୁଟ ରହିଛି ବୋଲି ନେତାମାନେ କହିଥିଲେ। ଆଗାମୀ ଦିନରେ ଦଳକୁ ଅଧିକ ସୁଦୃଢ଼ କରିବା ଓ ସଂଗଠନକୁ ଗ୍ରାମ ସ୍ତର ପର୍ଯ୍ୟନ୍ତ ଶକ୍ତିଶାଳୀ କରିବାକୁ ଶପଥ ଗ୍ରହଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପାଟକୁରା ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ଓ କନିଷ୍ଠ ନେତା, କର୍ମକର୍ତ୍ତା, ମହିଳା ଓ ଯୁବ ଶାଖାର ସଦସ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.