ବସ୍ତାରେ ବିଭିନ୍ନ ସ୍ଥାନରେ ମହାକାର୍ତ୍ତିକ ପୂର୍ଣ୍ଣିମା ପର୍ବ ଉଦଯାପିତ।

3

ବସ୍ତା 24/11:ପବିତ୍ର ମହାକାର୍ତ୍ତକ ପୂର୍ଣ୍ଣିମା ଉପଲକ୍ଷେ ପ୍ରତ୍ୟୁଷରୁ ଭକ୍ତ, ଶ୍ରଦ୍ଧାଳୁ,ହବିଷ୍ୟାଳିମାନେ ପ୍ରାଚୀନ ଓଡିଶାର ନୌବାଣିଜ୍ୟର ପ୍ରତୀକ ପରମ୍ପରା ଅନୁଯାଇ କଦଳୀ ପଟୁକା, କାଗଜ ଓ ସୋଲ ଡ଼ଙ୍ଗାରେ ପାନ,ଗୁଆ,ମୁଗ ବିରି ଇତ୍ୟାଦି ଥୋଇ ଏବଂ ଦୀପ ଜାଳି ଉତ୍ସବ ପାଳନ କରାଯାଇ ଥିଲା। ଏହି ଅବସରରେ ଅମର୍ଦାରୋଡ ସମେତ ବସ୍ତା ବ୍ଲକ ଅଞ୍ଚଳରେ ହିନ୍ଦୁ ଧର୍ମାବଲମ୍ବୀ ମାନେ ଅଷ୍ଟ ପ୍ରହର ନାମଯଜ୍ଞମାନ ଅନୁଷ୍ଠିତ ହେଉଥିବା ବେଳେ ବସ୍ତା ବ୍ଲକର ବିଭିନ୍ନ ଅଞ୍ଚଳର ମନ୍ଦିର ଓ ମଠରେ ପ୍ରବଳ ଜନସମାଗମ ହୋଇ ଥିଲା। ସେହି ପରି ଆଜି ଭୋରରୁ ଉଠି ନାଟାକଟା ପଞ୍ଚାୟତର ବସନ୍ତପୁର, ବରୁଣଗାଡ଼ିଆ ପଞ୍ଚାୟତର କିଆପାଣସି ଗ୍ରାମର ଶହ ଶହ ଶ୍ରଦ୍ଧାଳୁ,ହବିଷିଆଳି ମାନେ ଓ କୁନି କୁନି ପିଲାମାନେ ରାଧା,କୃଷ୍ଣ, ଭେସ ସାଜି ଦଧି ହାଣ୍ଡି ମୁଣ୍ଡାଇ ଶୋଭାଯାତ୍ରା ବାହାରି ବସନ୍ତ ପୁର,ଇନ୍ଦିରାଛକ, କିଆପଣସି,ଭଗିରଥପୁର ଓ ଅମର୍ଦାରୋଡ ବଜାର ପରିକ୍ରମା କରି ହରେକୃଷ୍ଣ ହରେରାମ ଧୋନିରେ ଧ୍ଵନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।ଏହି କାର୍ତ୍ତିକ ମାସରେ ଦେବ ଦର୍ଶନ ଓ ପୂଜା କରିବା ଦ୍ୱାରା ରୋଗ,ପୋକରୁ ମୁକ୍ତିମିଳିବ ବୋଲି ବିଶ୍ୱାସ ରଖି ଏହି ପୂଜା କରିଥାନ୍ତି।ଏହି ପରିପେକ୍ଷି ରେ ବସ୍ତା ବ୍ଲକ ଅଞ୍ଚଳରେ ରାହାସ ପୂର୍ଣ୍ଣିମା ଅବ ସରରେ ବିଭିନ୍ନ ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ମଥାନୀ ପଞ୍ଚାୟତ ସ୍ଥିତ ବଡଖୁଡି ଗ୍ରାମର ଜେନା ସାହି ଠାରେ ରାସ ପୂର୍ଣ୍ଣିମା ଧୁମଧାମର ସହିତ ପାଳିତ ହୋଇଥିବା ବେଳେ ବସ୍ତା ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚା ୟତରେ ମହାକାର୍ତ୍ତିକ ପୂର୍ଣ୍ଣିମା ମହାଆଡ ମ୍ବର ପାଳିତ ହୋଇ ଯାଇଛି। ତେବେ ଏହି ଉତ୍ସବକୁ ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ସୁଚାରୁ ରୂପେ ପରି ଚାଳନା କରିଥିଲେ। ବଡ଼ ଚରିଗାଁ ସମେତ ବିଭିନ୍ନ ରାହାସ କମିଟି ଦ୍ୱାରା ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ କମିଟି ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।

Leave A Reply

Your email address will not be published.