କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): ଜିଲ୍ଲାସ୍ତରୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ଵାଜପେୟୀ ଙ୍କ ଜନ୍ମ ଶତବାର୍ଷିକ ଅବସରରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି | ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ | ବୈଠକରେ ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ବାଜପେୟୀ ଜଣେ ମହାନ ଜନନାୟକ ଥିଲେ,ଦେଶର ବିକାଶରେ ତାଙ୍କର ଅବଦାନ ଅନେକ ଥିଲା | ଜଣେ ଵିଚକ୍ଷଣ ରାଜନେତା ଏବଂ ରାଷ୍ଟ୍ରନୀତିଜ୍ଞ ଥିଲେ ବୋଲି ଅତିଥିମାନେ ମତ ଦେଇଥିଲେ | ବାଜପେୟୀଙ୍କ ଅମଳରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା,ସ୍ବର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ,ସମଗ୍ର ଶିକ୍ଷା ଅଭିଯାନ,ପୋଖରାନରେ ପରମାଣୁ ପରୀକ୍ଷଣ ଇତ୍ୟାଦି ଅବତାରଣ କରିଥିଲେ | ଏହା ସହିତ ବାଜପେୟୀଙ୍କ ନିର୍ମଳ ଭାବମୂର୍ତ୍ତି,ବିଦେଶୀ ନୀତି,ସୂଚନା ଓ ପ୍ରଯୁକ୍ତି ବିଦ୍ୟା,ଦୂରସଂଚାର ଓ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଏବଂ କାରଗିଲ ଯୁଦ୍ଧରେ ଦୃଢ଼ ନେତୃତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା | ଏହା ସହିତ ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ବାଜପେୟୀଙ୍କ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | |ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ସହକାରୀ ନିର୍ଦ୍ଧେଶକ, ହସ୍ତଶିଳ୍ପ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ବୈଠକରେ ଶିକ୍ଷା ବିଭାଗ ସହଯୋଗରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ | ବୈଠକରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଵର୍ଗର ଜନସାଧାରଣ, ଅଧିକାରୀ ଏବଂ କର୍ମୀଚାରୀ, ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ | ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟାଳୟର କର୍ମଚାରୀ ଦିବ୍ୟରଞ୍ଜନ ବେହେରା, ମଦନ ହାଁସଦା, ରଞ୍ଜନ ସାହୁ, ଶେଖ ନୁର ଇସଲାମ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.