କେନ୍ଦୁଝର,ତା୨୫/୧୨- ଛତିଶଗଡ଼ର ରାଏପୁର ଠାରେ ସଦ୍ୟ ସମାପ୍ତ ହୋଇଥିବା ଏନଟିପିସି ଜାତୀୟ ଜୁନିଅର ତୀରନ୍ଦାଜ ପ୍ରତିଯୋଗିତାର ୪୫ତମ ସଂସ୍କରଣରେ କେନ୍ଦୁଝର କ୍ରୀଡ଼ା ଛାତ୍ରlବାସର ଝିଅ ସୁନିତା ନାଏକ ଓ ସାବିତ୍ରୀ ପାତ୍ର ରିଜର୍ଭ ରାଉଣ୍ଡ ଟିମ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିବା ସହ ସମଗ୍ର ରାଜ୍ୟ ତଥା ଜିଲ୍ଲା ପାଇଁ ଏକ କୀର୍ତ୍ତିମାନ ସ୍ଥାପନ କରି ସମଗ୍ର ରାଜ୍ୟ ତଥା ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି l ଓଡିଶା ଟାଟା ତୀରନ୍ଦାଜ ଏକାଡେମୀ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ଦୁଇ କାଡେଟ ସୁନିତା ଓ ସାବିତ୍ରୀ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ରହି ନିଜର ଅଭ୍ୟାସ ଜାରି ରଖିଥିଲେ l ଏହି ଚାମ୍ପିୟନସିପ୍ ଛତିଶଗଡ଼ର ରାୟପୁରରେ ଡିସେମ୍ବର ୨୨ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଗତ ଏକ ବର୍ଷ ଧରି କଠିନ ପ୍ରଶିକ୍ଷଣ ପରେ ସେମାନେ ଏହି ସଫଳତା ହାସଲ କରିଛନ୍ତି। ଏହି ଦଳରେ କିଟସ ଭୁବନେଶ୍ୱରରୁ ମାନସ୍ୱରୀ ହାଁସଦା ଓ ସୁନ୍ଦରଗଡ଼ରୁ ମମିତା ଓରାମ ମଧ୍ୟ ଓଡ଼ିଶା ଦଳକୁ ପ୍ରତିନିଧିତ୍ୱ କରିଥିଲେ। କାଂସ୍ୟ ପଦକ ହାସଲ କରିବା ପାଇଁ ଓଡ଼ିଶା ଦଳ ଉତ୍ତର ପ୍ରଦେଶ ଦଳକୁ ପରାଜିତ କରିଥିଲା। ଏହା ପ୍ରଥମ ଥର ପାଇଁ ଓଡ଼ିଶା ମହିଳା ରିଜର୍ଭ ଦଳ ଜୁନିଅର ଜାତୀୟ ଆର୍ଚେରୀ ଚାମ୍ପିୟନଶିପ୍ରେ ପଦକ ଜିତି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ଏହି ଉପଲବ୍ଧି ଉପଲକ୍ଷେ ଟାଟା ଷ୍ଟିଲ୍ର ସ୍ପୋର୍ଟସ୍ ଚିଫ୍ ମୁକୁଳ ବିନାୟକ ଚୌଧୁରୀ, ଟାଟା ଷ୍ଟିଲ୍ ସ୍ପୋର୍ଟସ୍ ହେଡ୍ ହେମନ୍ତ ଗୁପ୍ତା, ଟାଟା ଷ୍ଟିଲ୍ ସ୍ପୋର୍ଟସ୍ ବିଭାଗର ଆକାଶ, ଓଡ଼ିଶା ଟାଟା ଆର୍ଚେରୀ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ହେଡ୍ କୋଚ୍ ବିକାଶ ଉପାଧ୍ୟାୟ, ଓଡ଼ିଶା ଆର୍ଚେରୀ ସଂଘର ସଚିବ ସମ୍ପୂର୍ଣ୍ଣାନନ୍ଦ ଦାସ, ଓଡ଼ିଶା କ୍ରୀଡ଼ା ବିଭାଗର ସମସ୍ତ କର୍ମକର୍ତ୍ତା, କେନ୍ଦୁଝର ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ତଥା ଆସୋସିଏସନ୍ର ସମସ୍ତ ସଦସ୍ୟ, ଧରଣୀଧର ସ୍ପୋର୍ଟସ୍ କମ୍ପ୍ଲେକ୍ସର ସମସ୍ତ କର୍ମଚାରୀ, ଓଡ଼ିଶା ଟାଟା ଆର୍ଚେରୀ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ସମସ୍ତ ସଦସ୍ୟ ଓ ଅଭିଭାବକ, ସହିତ ଟାଟା ଷ୍ଟିଲ୍ର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଖେଳାଳିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ସୁନିତା ଏବଂ ସାବିତ୍ରୀ କେନ୍ଦୁଝର ଠାରେ ପହଞ୍ଚିବା ପରେ ପଦକ ବିଜେତା ଦ୍ବୟଙ୍କୁ ଜିଲ୍ଲା କ୍ରୀଡ଼ା ସଂସ୍ଥା ପକ୍ଷରୁ କୋଷାଧକ୍ଷ ସରୋଜ କୁମାର ରଣା ଓ କାଉନସିଲ ସଦସ୍ୟ ଗିରିଶ ଚନ୍ଦ୍ର ହୋତା ସେମାନଙ୍କୁ ଫୁଲ ତୋଡ଼ା ଓ ମିଷ୍ଟାନ୍ନ ଦେଇ ସ୍ୱାଗତ କରିଥିଲେ ଏବଂ ଜିଲ୍ଲା କ୍ରୀଡ଼ା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ଆଭାସୀ ମାଧ୍ୟମରେ ସେମାନଙ୍କୁ ପୁରୀରୁ ସ୍ୱାଗତ ଜଣାଇବା ସହ ସେମାନଙ୍କର ଶୁଭ କାମନା କରିଥିଲେ l
Sign in
Sign in
Recover your password.
A password will be e-mailed to you.