କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବରେ ବିଭିନ୍ନ ଵର୍ଗରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀ ମାନେ ରାଜ୍ୟସ୍ତରରେ ଆୟୋଜିତ ହେବାକୁ ଥିବା ଯୁବ ମହୋତ୍ସବ ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆଜି ୩୧ ଜଣ ପ୍ରତିଯୋଗୀ ଭୁବନେଶ୍ୱର ଯାତ୍ରା କରିଛନ୍ତି | ଆଜି ସକାଳେ ଜିଲ୍ଲାପାଳ ରଘୁରାମ ଆର ଆୟର ପ୍ରତିଯୋଗୀ ମାନଙ୍କୁ ଯାତ୍ରା
ପୂର୍ବରୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି |ଜିଲ୍ଲାପାଳ ଶ୍ରୀ ଆୟର ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ | ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୪ ଡିସେମ୍ବରରୁ ତାରିଖରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ |
Sign in
Sign in
Recover your password.
A password will be e-mailed to you.