ଏଏମ୍/ଏନ୍ଏସ୍ ଇଣ୍ଡିଆକୁ ସିଆଇଆଇ ପକ୍ଷରୁ ୨୦୨୫ର ଅନ୍ୟତମ ଶ୍ରେଷ୍ଠ ୧୦୦ ଅଭିନବ କମ୍ପାନୀ ଭାବେ ମାନ୍ୟତା ପ୍ରଦାନ

0 1

ଭୁବନେଶ୍ୱର, ୨୩ ଡିସେମ୍ବର, ୨୦୨୫: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) କୁ ୨୦୨୫ ମସିହାର ଅନ୍ୟତମ ‘ଶ୍ରେଷ୍ଠ ୧୦୦ ଅଭିନବ କମ୍ପାନୀ’ ଭାବେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ହୋଟେଲ ଲି ମେରିଡିଏନ୍‌ଠାରେ ଆୟୋଜିତ ଟେକ୍ନୋଲୋଜି, ଆର ଆଣ୍ଡ ଡି ଏବଂ ବୌଦ୍ଧିକ ସମ୍ପତ୍ତି ସମ୍ପର୍କିତ ‘ସିଆଇଆଇ ଗ୍ଲୋବାଲ୍ ସମ୍ମିଳନୀ’ ଅବସରରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏକ ଗ୍ରାଣ୍ଡ ଜୁରୀଙ୍କ ଦ୍ୱାରା କଠୋର ମୂଲ୍ୟାଙ୍କନ ଓ ବିଚାର ବିମର୍ଶ ପରେ କମ୍ପାନୀକୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି, ଯାହା ଟେକ୍ନୋଲୋଜି ଏବଂ ଅନୁସନ୍ଧାନ କ୍ଷେତ୍ରରେ ଅଗ୍ରଗାମୀ ଉଦ୍ଭାବନ ତଥା ଉତ୍କର୍ଷତା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।
ସିଆଇଆଇ ଇଣ୍ଡଷ୍ଟ୍ରିଆଲ୍ ଇନୋଭେସନର ଅଧ୍ୟକ୍ଷ ଶ୍ରୀ ବିପିନ୍ ସୋନ୍ଧୀ ଓ ସହ-ଅଧ୍ୟକ୍ଷ ଶ୍ରୀ ଆଲୋକ ନନ୍ଦ, ସହ-ଅଧ୍ୟକ୍ଷ ପ୍ରଫେସର ଋଷିକେଶ ଟି. କ୍ରିଷ୍ଣନ୍ ଏବଂ ସିଆଇଆଇ ଟେକ୍ନୋଲୋଜି, ଇନୋଭେସନ ଆଣ୍ଡ ଆଇପି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶିଷ ମୋହନଙ୍କଠାରୁ ଏଏମ୍/ଏନ୍ଏସ୍ ଇଣ୍ଡିଆ ପାରାଦ୍ୱୀପ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ମୁଖ୍ୟ ଶ୍ରୀ ରାଜଶ୍ରୀ ସିହ୍ନା, ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟର ମେକାନିକାଲ୍ ମୁଖ୍ୟ ଶ୍ରୀ ପାର୍ଥପ୍ରତିମ ଚାଟାର୍ଜୀ, ପେଲେଟ୍ ପ୍ଲାଣ୍ଟର ପ୍ରଡକ୍ସନ ସେକ୍ସନ ହେଡ୍ ଶ୍ରୀ ଶିବା କ୍ରୀଷ୍ଣା ଜି ଏବଂ ହାଜିରା ପ୍ଳାଣ୍ଟ ବିଜନେସ୍ ଏକ୍ସଲେନ୍ସ ବିଭାଗର ଶ୍ରୀ ମନୋଜ ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଏହି ମାନ୍ୟତା ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆର ନିରନ୍ତର ଉଦ୍ଭାବନ,ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବୌଦ୍ଧିକ ସମ୍ପତ୍ତି ବିକାଶ ମାଧ୍ୟମରେ ଶିଳ୍ପ ଜଗତର ଭବିଷ୍ୟତ ଗଠନରେ ଏହାର ଭୂମିକାକୁ ଦର୍ଶାଉଛି । ୨୦୨୫ର ଶ୍ରେଷ୍ଠ ୧୦୦ ଅଭିନବ କମ୍ପାନୀ ତାଲିକାରେ ଅନ୍ତର୍ଭୂକ୍ତ ହେବା, ସ୍ଥାୟୀ ଅଭିବୃଦ୍ଧି ନିମନ୍ତେ ପରିବର୍ତ୍ତନଶୀଳ ସମାଧାନ ପ୍ରସ୍ତୁତ କରିବା କ୍ଷେତ୍ରରେ କମ୍ପାନୀର ଅଗ୍ରଣୀ ଭୂମିକାକୁ ପୁନଃ ପ୍ରତିପାଦିତ କରିଛି।

Leave A Reply

Your email address will not be published.