ସହିଦ୍ ଦିବସରେ ଟଙ୍କଧରଙ୍କୁ ନିଶାଣ କଲେ ଦୀପାଳି

0 1

“ସତ କହିଲେ ବିଧାୟକଙ୍କୁ ଖରାପ ଲାଗୁଛି,ରକ୍ତଚାପ ବଢ଼ିଯାଉଛି”

ଝାରସୁଗୁଡ଼ା: ଜୟପୁର ଇଷ୍ଟେଟ ସ୍ମୃତି କମିଟି ତରଫରୁ ଲଇ ଉଇକେରା ଠା ଠାରେ ସହିଦ ଦିବସ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗ ଦେଇଥିଲେ। ବ୍ଳକ କାର୍ଯ୍ୟାଳୟ ସମ୍ମୁଖରୁ ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହିଦ କରୁଣ କରୁଣାକର ସିଂ, ସହିଦ ଖଗ ନାଏକ, ସହିଦ କହ୍ନେଇ ନାଏକ ପ୍ରମୁଖଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସହିଦଙ୍କ ସ୍ମୃତିଚାରଣ କରିଥିଲେ। ସମ୍ପ୍ରତି ଝାରସୁଗୁଡ଼ାରେ ଜୋରଦାର ଚାଲିଛି ପାଉଁଶ ରାଜନୀତି। ଉଭୟ ବିଜେପି ଓ ବିଜେଡିର ନେତା ପରସ୍ପର ଉପରେ ଆରୋପ ଲଗାଉଛନ୍ତି। ତେବେ ଶନିବାର ଝାରସୁଗୁଡ଼ା ଗସ୍ତରେ ଆସି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ନିଜ ଅଭିଭାଷଣରେ ପାଉଁଶ ପଡିବା ଘଟଣାକୁ ନେଇ ସିଧାସଳଖ ପୂର୍ବତନ ବିଧାୟିକା ଙ୍କୁ ଟାର୍ଗେଟ କରି କହିଥିଲେ ଯେ, ନବ ଦାସଙ୍କ ରକ୍ତ ଯଦି ଶରୀରରେ ବୋହୁଛି ତେବେ ସାମନାରେ ଆଲୋଚନା ପାଇଁ ଚାଲେଞ୍ଜ କରିଥିଲେ। ସୋମବାର ଲଇକେରା ର ସହିଦ ଦିବସ କାର୍ଯ୍ୟକ୍ରମରେ ଦୀପାଳି ଯୋଗ ଦେଇ ବିଧାୟକଙ୍କ ଏହି ମନ୍ତବ୍ୟକୁ ନେଇ ଦୃଢ଼ ନିନ୍ଦା କରିଥିଲେ। ସେ କହିଥିଲେ ଯେ, ସତ କହିଲେ ବିଧାୟକଙ୍କୁ ଖରାପ ଲାଗୁଛି। ସେଥିପାଇଁ ରକ୍ତଚାପ ବଢ଼ିଯାଉଛି। ବାଚାଳଙ୍କ ଭଳି ବହୁତ କଥା କହିଦେଉଛନ୍ତି। ମୁଦ୍ରାଜୋର ପୋଲ ଏବଂ ରାସ୍ତାକୁ ନେଇ ଆମେ ଜିଲାପାଳଙ୍କୁ ଦାବିପତ୍ର ଦେଇଥିବା ବେଳେ ବିଧାୟକ କାମ ଖୁବ୍ ଶୀଘ୍ର ହେବ ବୋଲି କହିଥିଲେ। ହେଲେ ଏହା ମଧ୍ୟରେ ତିନି ମାସ ହୋଇଥିଲେ ମଧ୍ୟ କିଛି ହୋଇନାହିଁ ବୋଲି କହିଥିଲେ। ସେ ଲୋକଙ୍କ କାମ କରିବା ସହ ଚାଷୀଙ୍କ ଦୁଃଖ ବୁଝନ୍ତୁ । ସେ କାମ ନକରି ଅଯଥାରେ ଗପିଲେ ଲୋଙ୍କ ଙ୍କ ଉନ୍ନତି ହେବ ନାହିଁ ବୋଲି ପୂର୍ବତନ ବିଧାୟକ ଦୀପାଳି କହିଥିଲେ।

Leave A Reply

Your email address will not be published.