ରାଜଗାଙ୍ଗପୁର: .ଲାଞ୍ଜିବେଣ୍ଡାରେ ଡିସିବିଏଲ ଦ୍ବାରା ଜମି ଅଧିଗ୍ରହଣ ବିରୋଧରେ ସ୍ଥାନୀୟ ପ୍ରଜାମାନଙ୍କ ବିକ୍ଷୋଭକୁ ଆଜି ୯ ଦିନ ପୂରିଛି। ଡିସିବିଏଲ ଗତ ୧୩ ତାରିଖ ଭୋର ସମୟରେ ଲାଞ୍ଜିବେଣ୍ଡାସ୍ଥିତ ଖଣି ସମ୍ପ୍ରସାରଣ ପାଇଁ ଖଣିକୁ ଲାଗିଥିବା ୨୭.୫୧ ଏକର ଜମିକୁ ଜେସିବି ଅଧିଗ୍ରହଣ କରାଯାଇଥିଲା । ଏହା ବିରୋଧରେ ସେଇ ଦିନରୁ ଜମିମାଲିକ ଓ ଆଖପାଖ ଅଞ୍ଚଳର ଶତାଧୂକ ଗ୍ରାମବାସୀ ସେହି ଜମି ପାଖରେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି। ବିକ୍ଷୋଭକାରୀଙ୍କ ଆହ୍ବାନରେ ଆଜି ଜିଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୨ ହଜାର ପଖାପାଖ ଜନସମାଗମ ହୋଇ ଜମି ଅଧିଗ୍ରହଣ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜେନ ଏକ୍କା, ବୀରମିତ୍ରପୁର ବିଧାୟକ ଜୋସେଫ ତୀର୍କି, ପୂର୍ବତନ ରାଜଗାଙ୍ଗପୁର ବିଧାୟକ ଗ୍ରେଗୋରୀ ସିଂଞ୍ଜ, ବିଧାୟକ ପ୍ରତିନିଧି ଲୁଗୁନ, ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ, ରଶ୍ମି ଏକ୍କା ଓ ଅରୁଣ ସାମଲ, ରାଜଗାଙ୍ଗପୁର ପୌରାଧ୍ଯକ୍ଷା ମାଧୁରୀ ସରପଞ୍ଚ ଏହାର ନେତୃତ୍ବ ନେଉଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଜମି ଅଧୂଗ୍ରହଣ ବେନିୟମ ଭାବରେ ହୋଇଛି। ତେଣୁ ଯେ ପର୍ଯ୍ୟନ୍ତ ଜମି ଫେରସ୍ତ ନହେବ ସେ ପର୍ଯ୍ୟନ୍ତ ଧାରଣା ଚାଲିଥିବ। ଦରକାର ପଡ଼ିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ପ୍ରଶାସନ କହିଛି ଯେ ଜମି ଅଧିଗ୍ରହଣ ନିୟମ ଅନୁସାରେ ହୋଇଛି। ଜମି ବାବଦରେ ହାଇକୋର୍ଟ ଦ୍ବାରା ଜମି ଅଧିଗ୍ରହଣକୁ କ୍ଲିନଚିଟ ଦେଇଛି। ମାତ୍ର ହାଇକୋର୍ଟ ଆଦେଶ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖ୍ ଅଗ୍ରହଣ ଜମି ଉପରେ କମ୍ପାନୀ କାର୍ଯ୍ୟ ସ୍ଥଗିତ ରଖୁଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post