ପୂର୍ବତନ ସମିତିସଭ୍ୟଙ୍କ ଧର୍ମପତ୍ନୀ ପ୍ରିୟମ୍ବଦା ବିଶ୍ଵାଳଙ୍କ ଅକାଳ ବିୟୋଗ

0 2

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ପ୍ରିୟମ୍ବଦା ବିଶ୍ଵାଳଙ୍କ ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି I ସ୍ଵର୍ଗତା ପ୍ରିୟମ୍ୱଦା ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ଥିଲେ I ତାଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I ତାଙ୍କ ମୃତ୍ୟୁ ଖବର ପାଇ ସୋରଡା ବିଧାୟକ ପ୍ରତିନିଧି ଜିତେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଚିନ୍ତାମଣି ସ୍ୱାଇଁ, ଚନ୍ଦ୍ର ଶେଖର ନାୟକ,ପ୍ରହଲ୍ଲାଦ ଲେଙ୍କା, ମଧୁ ବାସନ୍ତୀ ଯାତ୍ରା କମିଟି ସଭାପତି ସନ୍ତୋଷ କୁମାର ମଲ୍ଲ,ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ,ସନ୍ତୋଷ କୁମାର ବିଷୋୟୀ, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ଯୁବ ସମାଜସେବୀ କୁନା ପରିଡା,ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ସ୍ଵର୍ଗତା ପ୍ରିୟମ୍ବଦାଙ୍କ ଅନ୍ତିମ ଦର୍ଶନ କରି ଶୋକ ବ୍ୟକ୍ତ କରିଥିଲେ I ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ କରାଗାଡ଼ିଆ ସ୍ଥିତ ବାସଭବନକୁ ଯାଇ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I

Leave A Reply

Your email address will not be published.