( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡାଲଚିନି ଉପକାରିତା ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଡାଲଚିନି ଛାଲି,ପତ୍ର,ତେଲ ଔଷଧ ରୂପରେ ବ୍ୟବହାର ହୁଏ। ଶୀତଦିନିଆ କାଶ,ଶ୍ୱାସ, ଯକ୍ଷ୍ମା, ମୂତ୍ରକୃଚ୍ଛ୍ର, ଅନାର୍ତ୍ତବ ପାଇଁ ବ୍ୟବହାର ହୁଏ।ତେଲ ବ୍ରଣ କ୍ଷତରେ ଲଗାଇଲେ ଭଲହୁଏ।ଲିଙ୍ଗରେ ଲଗାଇଲେ ଉତ୍ତେଜନା ଆସେ। ଏହା ନାଡୀ ଦୁର୍ବଳ, ପକ୍ଷାଘାତରେ ଖାଇଲେ, ଲଗାଇଲେ ଭଲହୁଏ। ଅଗ୍ନିମାନ୍ଦ୍ୟ, ଅରୁଚି, ଆମଦୋଷ,ପେଟବ୍ୟଥା, ଦୁର୍ବଳତା,ରକ୍ତ ଅଶୁଦ୍ଧି, ଲାଳଝାଡ଼ା, ଅର୍ଶରୋଗରେ କାମକରେ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ। ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରରେ ଅନୁଷ୍ଠିତ ହେଉଛି ।ଏହାର ସୁଯୋଗ ନେବା ପାଇଁ ଡ଼ଃ ନକୁଳ ସାହୁ ଅନୁରୋଧ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.