କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ସ୍ଥିତ ଆଦିଶ୍ରୀ ମଣ୍ଡପରେ ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ବାର୍ଷିକ ଉତ୍ସବ ସହ ପ୍ରାନ୍ତୀୟ ସାମ୍ବାଦିକ ସମାବେଶ– ୨୦୨୫ ଉତ୍ସାହ ଓ ଉତ୍କଣ୍ଠାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ରାଜ୍ୟ ସଭାପତି, ସମ୍ପାଦକ ମଣ୍ଡଳୀ ସଦସ୍ୟ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନେ ଯୋଗଦେଇ ସାମ୍ବାଦିକତାର ଭୂମିକା, ସମସ୍ୟା, ଚ୍ୟାଲେଞ୍ଜ ଓ ଦାୟିତ୍ୱ ଉପରେ ଗଭୀର ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ଯୋଗଦେଇ ସାମ୍ବାଦିକ ମାନେ ସମାଜର ଚତୁର୍ଥ ସ୍ତମ୍ଭ ଭାବେ ସତ୍ୟନିଷ୍ଠ, ନିର୍ଭୀକ ଓ ଦାୟିତ୍ୱଶୀଳ ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି କହିଥିଲେ।ମୁଖ୍ୟ ଅତିଥି ଭାବେ ଶ୍ରୀ ବିଜୟ ମହାପାତ୍ର ଓ ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଶ୍ରୀ ନବୀନ ଦାସ ସାମ୍ବାଦିକତାରେ ନୀତିଗତ ମୂଲ୍ୟବୋଧ, ନିଷ୍ପକ୍ଷତା ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ମାଧ୍ୟମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମାବେଶ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବରିଷ୍ଠ ସାମ୍ବାଦିକ, ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ସାମ୍ବାଦିକମାନଙ୍କ ମଧ୍ୟରେ ଆପସିକ ଆଲୋଚନା ଓ ଅନୁଭବ ବିନିମୟ ହୋଇ ସମାବେଶକୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲା।ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ଆୟୋଜକ ମଣ୍ଡଳୀ ସନ୍ତୋଷ ପ୍ରକାଶ କରିଥିବା ସହ ଭବିଷ୍ୟତରେ ଏପରି ସାମ୍ବାଦିକ ସମାବେଶ ଆହୁରି ସୁଦୃଢ଼ ସାମ୍ବାଦିକତା ଗଠନରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post