(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣପୁର ରାମେଶ୍ୱର ନଗର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି ।
ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଗଙ୍ଗାଧର ବେହେରା, ମଙ୍ଗଳ ସମ୍ରାସରଣ ଅଧିକାରୀ, ଗୁଣୁପୁର ଓ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ଅଧ୍ୟାପକ, ଗୁଣୁପୁର ମହାବିଦ୍ୟାଳୟ, ଗୁଣୁପୁର ଯୋଗ ଦେଇଥିଲେ। ଉତ୍ସବରେ ଅନୁଷ୍ଠାନ ର ସଭାପତି ବ୍ରଜ ସୁନ୍ଦର ପାଢ଼ୀ, ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଯୋଗ ଦେଇ ମଂଚାସୀନ ହୋଇଥିଲେ । ନଭେମ୍ବର୨୮ରୁ ୩୦, ତିନି ଦିନ ଧରି ଉକ୍ତ କ୍ରୀଡା ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ଏହାର ଉଦଯାପନୀ ଉତ୍ସବ ଆଜି ଶୁକ୍ରବାର ଦିନ ବିଦ୍ୟାଳୟ ପରିସର ରେ ମହାସମାରୋହରେ ପାଳିତ ହୋଇଯାଇଛି। ନର୍ସରୀ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ହର୍ଷ ଓ ଉଲ୍ଲାସର ସହ 48 ଟି ଖେଳ ରେ ଅଂଶଗ୍ରହଣ କରି 154 ଜଣ ଛାତ୍ରଛାତ୍ରୀ ନିଜର କୃତିତ୍ୱ ପାଇଁ ସମ୍ମାନୀୟ ଅତିଥିଙ୍କ ଦ୍ୱାରା ପୁରସ୍କାର ଗ୍ରହଣ କରିଥିଲେ ଓ ଅନ୍ୟ ସମସ୍ତ କ୍ରୀଡା ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।ନବମ ଶ୍ରେଣୀ ଛାତ୍ର ଓମ ପ୍ରକାଶ ରାଇକା ଓ ଅଷ୍ଟମ ଶ୍ରେଣୀ ଛାତ୍ର ସମୀର ଶବର ଚଳିତ ବର୍ଷର ଆଥଲେଟିକ ଚମ୍ପିୟାନ ହୋଇଥିଲେ । ଶେଷରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ କ୍ରୀଡାରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ଙ୍କୁ ଦୈନନ୍ଦିନ ଜୀବନ ରେ ପାଠ ସହ କ୍ରୀଡାର ମହତ୍ୱ ଓ ଜୀବନ ରେ ଖେଳ କୁଦ ଦ୍ୱାରା ଶରୀରରେ କିପରି ମାନସିକ ସ୍ଥିତି ର ବିକାଶ ହୋଇପାରିବ ତାହା ପିଲାଙ୍କୁ କହିଥିଲେ। ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପାଢ଼ୀ ପିଲାଙ୍କୁ କ୍ରୀଡା ଓ ପାଠ ପଢା କୁ ମୁଦ୍ରା ର ଦୁଇ ପାର୍ଶ୍ଵ କହିବା ସହ ସମସ୍ତ ପିଲାଙ୍କୁ ଖେଳରେ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ। ହାର ଜିତ କୁ ପଛରେ ପକେଇ ସମସ୍ତେ ଖେଳିବା ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ସଭାପତି ଶ୍ରୀଯୁକ୍ତ ପାଢ଼ୀ କହିଥିଲେ ଯେ ଖେଳ ସହିତ ଆଉ ସମସ୍ତ ସୃଜନଶୀଳ କାର୍ଯ୍ୟରେ ନିଜର ପ୍ରତିଭା ବିକାଶ କଲେ ଭବିଷ୍ୟତରେ ଜଣେ ସୁନାଗରିକ ହୋଇପାରିବ ବୋଲି କହିଥିଲେ ସେହିଭଳି ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ଛାତ୍ର ଛାତ୍ରୀ ଙ୍କୁ ଖେଳକୁଦ ମାଧ୍ୟମରେ ନିଜର ପାରଦର୍ଶିତା ପାଇଁ ଜାତୀୟ ସ୍ତରରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣି ପାରିବ ବୋଲି କହିଥିଲେ। ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀ ପ୍ରାରମ୍ଭିକ ଅଭିଭାଷଣ, ଅତିଥି ପରିଚୟ ସହ ସମସ୍ତ ନିମନ୍ତ୍ରିତ ଅତିଥି ଙ୍କୁ ମଞ୍ଚ ଉପରକୁ ଆବାହନ କରିଥିଲେ। ଏହି ଅବସର ରେ ବେଣୁ ଗୋପାଳ ସାର ଓ ବିଷ୍ଣୁ ପ୍ରିୟା ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.