ଭାଜପା ପ୍ରଭାରୀଙ୍କ ପ୍ରଥମ ଗଜପତି ଗସ୍ତ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଜନତା ପାର୍ଟିର ସଦ୍ୟ ନିଯୁକ୍ତ ଗଜପତି ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଗଜପତି ଜିଲ୍ଲା ଗସ୍ତ କରି ଫେରିଛନ୍ତି। ପ୍ରଭାରୀ ଙ୍କୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସ୍ଥାନୀୟ ବିଭିନ୍ନ ନେତୃବୃନ୍ଦ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିବା ବେଳେ ପ୍ରଥମ ଗସ୍ତ ରେ ଦଳୀୟ କାର୍ଯ୍ୟାଳୟ ଠାରେ ଏକ ବୁଥ ସ୍ତରୀୟ ଦଳୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଯେଉଁ ଥିରେ ଜିଲ୍ଲା ର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମଣ୍ଡଳର ସଭାପତି ଓ ନେତୃବୃନ୍ଦ ଉପସ୍ଥିତ ରହି ନିଜ ବୁଥ ସ୍ତରୀୟ ଦଳୀୟ ସ୍ଥିତି ଓ ସମସ୍ୟା ବିଷୟରେ ମତାମତ ଉପସ୍ଥାନ କରିଥିଲେ। ସେହିପରି ପ୍ରଭାରୀ ମଧ୍ୟ ଆବଶ୍ୟକୀୟ ଉପଦେଶ ସହ ଦଳ ଆଗମୀ ଦିନରେ କିପରି ଅଧିକରୁ ଅଧିକ ସକ୍ରୀୟ ଓ ସଶକ୍ତ ହେବ ସେନେଇ ବକ୍ତବ୍ୟ ରଖିଥିଲେ।
ସେହିପରି କେନ୍ଦ୍ର ସରକାରଙ୍କ ଏସ ଆଇ ଆର୍ ଯୋଜନ ନେଇ ମଧ୍ୟ କିପରି ସାଧାରଣ ଜନତା ସାମିଲ ହେବେ ସଚେତନତା ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ କେ.ନାରାୟଣ ରାଓ , ଜିଲ୍ଲା ସଭାପତି ନବ କିଶୋର ଶବର , ମୋହନା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ , ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର , ଇ. ପ୍ରଶାନ୍ତ , ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର , ମହିଳା ମୋର୍ଚ୍ଚା ସଭାନେତ୍ରି ଅରୁଣିମା ସାହୁ , କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ ଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ ଦଳୀୟ ପଦାଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.