କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ କରାଯାଇଛି | ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ରଘୁରାମ ଆର ଆୟର ତାଙ୍କ କାର୍ଯ୍ୟାଳୟଠାରେ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀ ଭୀଷ୍ମ କୁମାର ଦାସ ଏବଂ ଅନିତା ରାଉତଙ୍କୁ ଲାପଟପ ପ୍ରଦାନ କରିଛନ୍ତି | ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାଝୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେଉରା ପରିଚାଳନା କରିଥିଲେ | ପ୍ରକାଶ ଥାଉ କି,ସରକାରଙ୍କ ନିୟମାନୁଯାୟୀ +୩ ରୁ ଅଧିକ ଶିକ୍ଷା ଗ୍ରହଣ କରିଥିବା ସମ୍ପୂର୍ଣ ଦୁଷ୍ଟିବାଧିତ ବା କ୍ଷଣଶକ୍ତି ଦୁଷ୍ଟିବାଧିତ ଛାତ୍ରଛାତ୍ରୀ ମାନେ ବିଭାଗର ଅନଲାଇନ ପୋର୍ଟାଲରେ ଆବଶ୍ୟକୀୟ ଦସ୍ତାବିଜ ସହ ସଂପୃକ୍ତ ଶିକ୍ଷାନୁଷ୍ଠାନଠାରୁ ଏହାକୁ ପ୍ରମାଣିତ କରାଇ ଆବେଦନ କରିବାକୁ ପଡିଥାଏ |
Sign in
Sign in
Recover your password.
A password will be e-mailed to you.
Prev Post
ଜନସାଧାରଣଙ୍କ ହିତ ନିମନ୍ତେ ସରକାରୀ କାର୍ଯ୍ୟରେ ଏଆଇ ବ୍ୟବହାର ନେଇ ରାଜ୍ୟ ସରକାର ଆଗ୍ରହୀ: ମନ୍ତ୍ରୀ ଡଃ ମହାଲିଙ୍ଗ
Next Post