ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ପଡିଆରେ ଗୁରୁବାର ୧୮ ତାରିଖ ୨୦୨୫ ଡିସେମ୍ବର ଦିନ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯନ୍ତ୍ରପାତି ମେଳାକୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ମେଳା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଠାରେ କୃଷକ ମାନେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି, ଉପକରଣ ଆଦିର ବ୍ୟବହାର କିଭଳି କରିବେ ସେ ଉପରେ ଜ୍ଞାନ ଅହରଣ କରି ପାରିବେ ଏବଂ ବିଭିନ୍ନ ସହାୟତା ଓ ଯୋଜନା ଉପରେ ମଧ୍ୟ ତଥ୍ୟ ପାଇ ପାରିବେ। ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ.ଅଜୟ କୁମାର କର,କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ମିଶ୍ର ବ୍ରହ୍ମପୁର କୃଷି ଜିଲ୍ଲା ଅଧିକାରୀ ହେମନ୍ତ ଦାସ,ଆସିକା କୃଷି ଜିଲ୍ଲା ଅଧିକାରୀ ସତ୍ୟବ୍ରତ ଦାସ, ଦିଗପହଣ୍ଡି ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ,ଭଞ୍ଜନଗର କୃଷି ଜିଲ୍ଲା ଅଧିକାରୀ ବ୍ୟୋମକେଶ ମିଶ୍ର ପ୍ରମୁଖ ମଞ୍ଚାସିନ ଥିବା ବେଳେ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଚାଷ ସହିତ ଚାଷୀଙ୍କୁ କିଭଳି ଆଗକୁ ବଢ଼ାଇବା, ଚାଷୀମାନଙ୍କୁ ସହଯୋଗ କରିବା,ଚାଷୀ ମାନେ କିଭଳି ସରକାରଙ୍କ ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ପାଇବେ ଆଦି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହା ସହ ଏହି ମେଳାରେ କୃଷି ତଥା ଆନୁସଙ୍ଗିକ ବିଭାଗ ଦ୍ବାରା ବିଭିନ୍ନ ଷ୍ଟଲ ଖୋଲାଯାଇଛି।ମେଳାରେ ଟ୍ରାକ୍ଟର, ପାଓ୍ବାରଟିଲର,ଧାନ ଅମଳ, ଧାନ ରୁଆ, ମଞ୍ଜି ସଫା, ରୋଟାଭେଟର,ଘାସ ଛେଦନ, କୋଡ଼ାଖୁସା, ଘାସ କଟା, ଗାତ ଖୋଳା,ଧାନ କଳ, ମକା ଛଡ଼ା, ଡାଲି କଳ, ତେଲ କଳ, ମୁଢ଼ି ମିଲ୍, ବିହନ ବୁଣା, ସାର ବୁଣା ଓ ଔଷଧ ସିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ଦରରେ ବିକ୍ରି ହେବା ସହ ପ୍ରଦର୍ଶନ ହେଉଛି।
Sign in
Sign in
Recover your password.
A password will be e-mailed to you.