ବାଲ୍ୟବିବାହ ର ୧୦୦ ଦିନିଆ ସକ୍ରିୟତା ଉପରେ ଜିଲ୍ଲା ସ୍ତରୀୟ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ

1

 ନବରଙ୍ଗପୁର ତା ୧୮.୧୨.୨୦୨୫: ଆଜି ମିଶନ ଶକ୍ତି ଗୃହରେ ଆସୋସିଏସନ ଫର ଭୋଲୁଂଟାରୀ ଆକ୍ସନ ତରଫରୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ତତ୍ୱାବଧାନ ଏବଂ ଚାଇଲଡ ରାଇଟ୍ସ ଆସୋସିଏଟ ସୌରଭ ଉପାଧ୍ୟାୟଙ୍କ ଆୟୋଜନରେ ସି ଏମ ପି ଓ ଏବଂ ପି ଏଲ ଭି ସହ ସମ୍ପୃକ୍ତ ବିଭାଗୀୟଙ୍କୁ ନେଇ ଆଜି ୧୦୦ ଦିନିଆଁ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କଂହର କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ସହ କିପରି ସମସ୍ତେ ମିଶି ବାଲ୍ୟ ବିବାହକୁ ମୂଳତ୍ତତ୍ପାଟନ କରିବା ଏବଂ ସମସ୍ତ ପିଲାଙ୍କୁ ସେମାନଙ୍କର ଅଧିକାର ବିଷୟରେ ସଚେତନ କରିବା ଉପରେ ଆଲୋକପାତ କରିଥିଲେ। ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ ୧୦୦ ଦିନିଆଁ କାର୍ଯ୍ୟକ୍ରମ ର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ତାଲିମଦାତା ଭାବେ ରାମ ପ୍ରସାଦ ପଟ୍ଟନାୟକ , ବିଜୟ କୁମାର ପଟ୍ଟନାୟକ ପ୍ରୋଜେକଟ କୋଅର୍ଡିନେଟର, ସଭାପତି ମୋଦନ କ୍ରିଷନୀ ଏବଂ ଉମା ଶତନାମୀ ଉପସ୍ଥିତ ଥିଲେ। ଯେହେତୁ ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ବହୁଳ ଭାବେ ଅନୁଷ୍ଠିତ ହେଉଛି , ଏଣୁ ଏହି ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା ଦିଗରେ ଆନ୍ତରିକ ଉଦ୍ୟମ ପାଇଁ ଏହି ସଚେତନାତା ଶିବିରର ମୁଖ୍ୟ ଉଦେଶ୍ୟ ଅଟେ। ତାଲିମ୍ ଦାତା ମାନେ ବାଲ୍ୟ ବିବାହର କାରଣ, ନିରାକରଣ ଓ ସୁରକ୍ଷା କିପରି କରା ଯିବ ସେ ବିଷୟରେ ତାଲିମ୍ ଦେଇଥିଲେ। ୱାନଷ୍ଟପ ସେଣ୍ଟର ଅଧିକାରୀ କିଶୋରୀ ପଟ୍ଟନାୟକ ଅଧିଭକ୍ତା ଭାବେ ଯୋଗ ଦେଇ ବାଲ୍ୟ ବିବାହ ସଂପୃକ୍ତ ଯେ କୌଣସି ବ୍ୟକ୍ତିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ଏ ବିଷୟକୁ ନେଇ ଆଲୋଚନା କରିଥିଲେ ଓ ଆଇନର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ।ସୌରଭ ଉପାଧ୍ୟାୟ ଏହି ଜାତୀୟ ଅଭିଯାନ ଗତ ୨୭ନଭେମ୍ବର ରୁ ୮ମାର୍ଚ୍ଚ ପର୍ଯ୍ୟନ୍ତ ୧୦୦ଦିନ ବ୍ୟାପୀ ଅଭିଯାନ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ନବରଙ୍ଗପୁର ସିଡିପିଓ ବାଲ୍ୟ ବିବାହର କୁପରିଣାମ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ତପନ କୁମାର ଖୁଣ୍ଟିଆ ଏହି ଅଭିଯାନ ପାଇଁ ଜ଼ିଲ୍ଲାର ପ୍ରତେକ ନାଗରିକ ନିଜର କର୍ତ୍ତବ୍ୟ ଭାବି ସମସ୍ତେ ମିଳି ମିଶି ଚେଷ୍ଟା କଲେ ଆମେ ଆମ ଜ଼ିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିପାରିବା। ଏଥି ପାଇଁ ଜ଼ିଲ୍ଲା ପ୍ରଶାସନ ସବୁବେଳେ ଆଗଭର ହୋଇ ରହିଛନ୍ତି କହିଥିଲେ। ବୋମେନ୍ସ ହଵର ସସ୍ମିତା ପାତ୍ର ବାଲ୍ୟ ବିବାହ ର ପିପିଟି ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର କେନ୍ଦ୍ର ପ୍ରଶାସିକା ଏବଂ ପରାମର୍ଶଦାତ୍ରୀ ସମେତ ସମସ୍ତ ସି ଏମ ପି ଓ,ୱାଡ଼େନ, ପିଏଲଭି, ଆଙ୍ଗନ ଟ୍ରଷ୍ଟ, ଶିଶୁ ସୁରକ୍ଷା କର୍ମକର୍ତ୍ତା,ଶିଶୁ ମଙ୍ଗଳ କମିଟି ର କର୍ମକର୍ତ୍ତା ସମସ୍ତ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ, ନବରଙ୍ଗପୁର କୋଷଗୁମୁଡା ରାଇଘର ଝରୀଗାଁ ଓ ଚନ୍ଦାହାଣ୍ଡି ର ସିଡିପିଓ ଉପସ୍ଥିତ ଥିଲେ ।ପରିଶେଷରେ ବୋମେନ୍ସ ହବର କଡିନେଟର ସରିତା ପାଣି ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.