କବିତା ସଂକଳନ ” ଲତାଗିରି ବନଗିରି ” ପୁସ୍ତକ ଉନ୍ମୋଚିତ

2

ତା ୧୭.୧୨.୨୦୨୫ ବୁଧବାର କବି ଦୀନବଂଧୁ ବେଜ ଙ୍କ କବିତା ସଂକଳନ ଲତାଗିରି ବନଗିରି ୭ମ ପୁସ୍ତକ ମେଳା, ଭୁବନେଶ୍ଵର ଠାରେ ପାଠକାର୍ପଣ ହୋଇ ଯାଇଛି।ଏହା କବିଙ୍କର ଦ୍ୱିତୀୟ ସଂକଳନ ଏହା ପୂର୍ବରୁ ତମସା ତୀରେ କବିତା ସଂକଳନ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏବର ବାଲେଶ୍ଵର ସାଂସଦ ସମ୍ମାନୀୟ ପ୍ରତାପ ଷଡ଼ଙ୍ଗୀଙ୍କ କର କମଳରେ ଉନ୍ମୋଚ଼ିତ ଢ଼େରେ ସାରା ପାଠକ ଭଲ ପାଇବା ସାଉଁଟି ପାରିଛି । ଲତାଗିରି ବନଗିରି କବିଙ୍କର ଏକ ନିଆରା ସଂକଳନ ଯେଉଁଥିରେ କବିଙ୍କ ର ଦକ୍ଷିଣ ପ୍ରବାସ ଭିତରେ ପ୍ରକୃତିର ନୈସର୍ଗିକ ଶୋଭାର ଅନୁଭବ ଓ ଆହରଣ ଫୁଟି ଉଠିଛି, ଓଡ଼ିଶାର ପାଣି ପବନର ମାଦକତାକୁ ପୁସ୍ତକ ଭିତରେ ବାନ୍ଧି ରଖିବା ସହିତ ସାହିତ୍ୟ ରେ ପାଠକଙ୍କୁ ଭାବ ପ୍ରବଣ କରିବାକୁ ଆର୍ପାଣ ଚେଷ୍ଟା କରିଛନ୍ତି । ସପ୍ତମ ରାଜଧାନୀ ପୁସ୍ତକ ମେଳା -୨୦୨୫ ସାଧନା ଲେଖାଲେଖି ପ୍ରକାଶନୀ ସଂସ୍ଥାର ର ପ୍ରଦର୍ଶନୀ ଷ୍ଟଲରେ ପ୍ରକାଶକ ଶ୍ରୀ ଗୋବିନ୍ଦଙ୍କ ସଂଯୋଜନା ରେ ପୁସ୍ତକ ଉନ୍ମୋଚନ ଉତ୍ସବ ବେଶ ଉତ୍ସାହର ସହ ଅନୁଷ୍ଠିତ ହୋଇ ଯାଇଛି । ସମ୍ମାନୀୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀଯୁକ୍ତ ନୃସିଂହ ମାଡ଼କାମୀ ବିଧାୟକ ମାଲକାନଗିରି, ବିଧାୟକ ନବରଙ୍ଗପୁର, ବିଧାୟକ ଡାବୁଗାଁ, ବିଧାୟକ ପାପଡ଼ାହାଣ୍ଡି ଙ୍କ ଉପସ୍ଥିତିରେ ସପ୍ତମ ରାଜଧାନୀ ପୁସ୍ତକମେଳା -୨୦୨୫ ସାଧନା ଲେଖାଲେଖିର ଷ୍ଟଲଠାରେ ଶୁଭ ଉନ୍ମୋଚନ ହୋଇ ଯାଇଛି ।ଏହି କବିତା ପୁସ୍ତକ ଲତାଗିରି ବନଗିରି ର କବି ଶ୍ରୀ ଦୀନବଂଧୁ ବେଜ ଙ୍କ ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରି ଶ୍ରୀ ଗଣ୍ଡ କହିଥିଲେ କବିଙ୍କୁ ମୁଁ କୋରାପୁଟ ଲକ୍ଷ୍ମୀପୁର ସାହିତ୍ୟ ସଂସଦରେ ପୂର୍ବରୁ ସମ୍ବୋର୍ଧିତ କରିସାରିଛି ତାଙ୍କର ପ୍ରତିଭା ନିଶ୍ଚିତ ଭାବରେ ଅନନ୍ୟ, ସିଏ ଆହୁରି ଆଗକୁ ଯାଆନ୍ତୁ ଆର୍ଶିବାଦ ରହିଛି , ପ୍ରକାଶ ଯୋଗ୍ୟ ଲକ୍ଷ୍ମୀପୁର ସାହିତ୍ୟ ସଂସଦ କୋରାପୁଟ ତରଫରୁ ୨୦୨୪ ରେ ଶ୍ରୀ ବେଜକୁ ଶ୍ରୀଯୁକ୍ତ ଗଣ୍ଡ ଙ୍କ କର କମଳରେ ସାହିତ୍ୟ ବିନ୍ଧାଣୀ ସମ୍ମାନରେ ସମ୍ମାନିତ କରା ଯାଇଥିଲା ।

Leave A Reply

Your email address will not be published.