ଆଇଓସିଏଲ ସୁରକ୍ଷା କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ On Dec 21, 2017 20 Share ପାରାଦୀପ : ଆଇଓସିଏଲରେ ଜଣେ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କର ନାମ ନିତ୍ୟାନନ୍ଦ ପରିଡା ଗ୍ରାମ ସମାଗୋଳ ଖବରରୁ ପ୍ରକାଶ ଯେ ଗତକାଲି ରାତିରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାର ସନେ୍ଦହକୁ ନେଇ ଆଜି ସକାଳେ ସ୍ଥାନୀୟ ସମାଗୋଳ ଗ୍ରାମବାସୀ ମାନେ ବିଶୋଧନାଗାରର ୪ନଂ ଫାଟକ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରୁଥିଲେ । ଗ୍ରାମବାସୀମାନେ ତାଙ୍କର ମୃତ୍ୟୁର କାରଣ ଓ କ୍ଷତିପୂରଣ ଦାବି କରିଥିଲେ । ତେବେ ଶେଷରେ କୁଜଙ୍ଗ ତହସିଲିଦାର ବାସୁଦେବ ଶତପଥି ପାରାଦୀପ ଆରକ୍ଷୀ ଅଧିକ୍ଷକ ବିଷ୍ଣୁଚରଣ ମିଶ୍ର, ଅଭୟଚାନ୍ଦପୁର ଥାନା ଆଇଆଇସି ମନରଞ୍ଜନ ଚୌଧୁରୀ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ମୃତକଙ୍କ ପରିବାରଙ୍କୁ ଏକ ଠିକା ସଂସ୍ଥାରେ ଚାକିରି ଓ କ୍ଷତିପୂରଣ ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବା ଘୋଷାଣ ହେବା ସହ ଅପରାହ୍ନ ୩ଟା ସମୟରେ ଏହି ଅବରୋଧ ଘଟିଥିଲା । 20 Share FacebookTwitterGoogle+ReddItWhatsAppPinterestEmail