ପାରାଦୀପ : ପାରାଦୀପ ବନ୍ଦରର ପ୍ରତିଷ୍ଠା ଦିବସ (ଫାଉଣ୍ଡେସନ ଡେ) ଉପଲକ୍ଷେ ଆସନ୍ତା ଜାନୁଆରୀ ୩ ତାରିଖରେ ପାରାଦୀପ ମାରାଥନ-୨୦୧୮ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ମାରାଥନ ପ୍ରତିଯୋଗିତା ହନୁମାନ ମନ୍ଦିର ନକଟସ୍ଥ ୫ନମ୍ବର ଗେଟ୍ ଠାରୁ ଆରମ୍ଭ ହୋଇ ଦୀର୍ଘ ୧୪ କି.ମି ରାସ୍ତା ଅତିକ୍ରମ କରି ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ସମାପ୍ତ ହେବ । ସମସ୍ତ ପ୍ରତିଯୋଗିଙ୍କୁ ମାର୍ଗ ଚିହ୍ନଟ ଓ ରୁଟ୍ଚାଟ ଅବଗତ କରାଯିବ । ୩୧.୧୨.୨୦୧୭ ସୁଦ୍ଧା ପ୍ରତିଯୋଗୀ ମାନଙ୍କ ବୟସ ୧୮ ବର୍ଷରୁ ଉଦ୍ଧ୍ୱର୍ ଓ ୪୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ଏବଂ ତତ୍ ସହିତ ଯେକୌଣସି ସରକାରୀ ବା ବନ୍ଦର ଚିକିତ୍ସା ଅଧିକାରୀଙ୍କ ଠାରୁ ଶାରିରୀକ ସୁସ୍ଥତା ପ୍ରମାଣପତ୍ର ନିହାତି ଆବଶ୍ୟକ । ଆବଶ୍ୟକ ସ୍ଥଳେ ପ୍ରତିଯୋଗୀଙ୍କ ଶାରୀରୀକ ଯାଞ୍ଚ ପାଇଁ ବନ୍ଦରର ଏକ ଡାକ୍ତରୀ ଦଳ ଉପଲବ୍ଧ ଅଛନ୍ତି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପୁରୁଷ ପ୍ରତିଯୋଗୀଙ୍କୁ ୫୦ ଟଙ୍କା ଓ ମହିଳା ପ୍ରତିଯୋଗୀଙ୍କୁ ୩୦ ଟଙ୍କା ଏଣ୍ଟ୍ରିଫି ଦେବାକୁ ପଡିବ । ଏହି ମାରାଥନରେ ଅଂଶ ଗ୍ରହଣ କରୁଥିବା ପ୍ରତିଯୋଗୀଙ୍କୁ ଏକ ସେଟ୍ ଜର୍ସି, ସର୍ଟ୍ସ ଓ ଚେଷ୍ଟ ନମ୍ବର ଦିଆଯିବ । ପ୍ରତିଯୋଗିତା ପୂର୍ବଦିନ ଅର୍ଥାତ୍ ଜାନୁଆରୀ ୨ ତାରିଖ ବାହାରୁ ଆସୁଥିବା ପ୍ରତିଯୋଗୀମାନଙ୍କ ପାଇଁ ରହଣୀ ଓ ରାତ୍ରୀ ଭୋଜନର ବ୍ୟବସ୍ଥା କରାଯାଇଛି । ଏହି ପ୍ରତିଯେଗିତାରେ ଭାଗ ନେବାପାଇଁ ଏକ ଦରଖାସ୍ତ ସହ ଶାରିରିକ ସୁସ୍ଥତା ପାଇଁ ଡାକ୍ତରି ସାର୍ଟିଫିକେଟ, ଅଣ୍ଡରଟେକିଙ୍ଗ୍, ଭୋଟର କାର୍ଡ ବା ଆଧାରକାର୍ଡର ଫଟୋକପି, ବୟସ ପ୍ରମାଣପତ୍ର ସହିତ ପ୍ରବେଶିକା ଦେୟ ପଞ୍ଜିକରଣ ସମୟରେ ଗ୍ରହଣ କରାଯିବ । ଜାନୁଆରୀ ୧ତାରିଖ ଓ ୨ତାରିଖ ଦୁଇଦିନ ଧରି ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏହି ରେଜିଷ୍ଟେ୍ର୍ରସନର ବ୍ୟବସ୍ଥା କରାଯାଇଛି । ଏହି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଭାବେ ନଗଦ ୧୨,୫୦୦/- ଦ୍ୱିତୀୟ ପୁରସ୍କାର ୯,୪୦୦/- ତୃତୀୟ ୬,୩୦୦/- ଚତୁର୍ଥ ପୁରସ୍କାର ୩ଜଣଙ୍କୁ ୨୫୦୦/- ଲେଖାଏଁ, ପଞ୍ଚମ ପୁରସ୍କାର ୬ଜଣଙ୍କୁ ୧୩୦୦/- ଲେଖାଏଁ , ୬ଷ୍ଠ ପୁରସ୍କାର ୯ଜଣଙ୍କୁ ୭୦୦/- ଲେଖାଏଁ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀଙ୍କୁ ଅର୍ଥରାଶି ମିଳିବ । ସେହିପରି ଦୁଇଘଣ୍ଟା ମଧ୍ୟରେ ୧୪ କିଲୋମିଟର ଅତିକ୍ରମ କରିଥିବା ପ୍ରଥମ ୧୫୦ଜଣ ପୁରଷ ଓ ପ୍ରଥମ ୫୦ଜଣ ମହିଳାଙ୍କୁ ସାନ୍ତନା ମୂଳକ ପୁରସ୍କାର ଓ ପ୍ରମାଣପତ୍ର ମିଳିବ ବୋଲି ବନ୍ଦର ପ୍ରେସ ବିଜ୍ଞପ୍ତିରୁ ପ୍ରକାଶ । ଏହି ପ୍ରତିଯୋଗୀତାରେ ଭାଗନେବା ପାଇଁ ଆଗ୍ରହୀ ପ୍ରତିଯୋଗୀମାନେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ବନ୍ଦର ଖେଳକୁଦ ପରିଷଦର ସଚିବଙ୍କୁ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଫୋନ ନମ୍ବର ୦୬୭୨୨-୨୨୨୦୭୬, ଫ୍ୟାକ୍ସ ନମ୍ବର ୦୬୭୨୨-୨୨୦୨୦୨ରେ ଯୋଗାଯୋଗ କରିବାକୁ ବନ୍ଦର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି ।