କେନ୍ଦୁଝର,ତା୧୫/୧୨- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ହାଇସ୍କୁଲ ଖେଳପଡ଼ିଆରେ ସାଂସଦ ଖେଳ ମହୋତ୍ସବ ୨୦୨୫ ମସିହାର ଆଜି ଶୁଭ ଉଦଘାଟନୀ ହୋଇଯାଇଛି। ଦୁଇଦିନ ଧରି ଏ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଆଜିର ଶୁଭ ଉଦଘାଟନୀ ଉତ୍ସବରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ଘଟଗାଁ ବିଡିଓ ଖଗେଶ୍ଵର ବରାଳ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା କରଞ୍ଜିଆ ଅଟୋନୋମସ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଭାଗିରଥୀ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଂସଦ ଖେଳ ମହୋତ୍ସବର ସଂଯୋଜକ ଦିଲ୍ଲୀପ କୁମାର ପଣ୍ଡା, ଢେଙ୍କିକୋଟ ମଣ୍ଡଳ ସଭାପତି ରଞ୍ଜିତ ନାଏକ, ସାଂସଦଙ୍କ ଆର.ଡବ୍ଲ୍ୟୁ.ଏସ.ଏସ ପ୍ରତିନିଧି ରାମଚନ୍ଦ୍ର ସାହୁ,ଘଟଗାଁ ମଣ୍ଡଳ ସଭାପତି ରବିନାରାୟଣ ଦେହୁରୀ,ପଣ୍ଡାପଡ଼ା ମଣ୍ଡଳ ସଭାପତି ଶାନ୍ତନୁ ଖିଲାର, ସାଂସଦଙ୍କ କୃଷକ ପ୍ରତିନିଧି ଇନ୍ଦ୍ରମଣି ମହାନ୍ତ,ପଣ୍ଡାପଡ଼ା ମଣ୍ଡଳ ପ୍ରତିନିଧି ସଞ୍ଜୟ କୁମାର ସାହୁ, ପଇଦାପାଟଣା ପଞ୍ଚାୟତ ସରପଞ୍ଚ ମୁକୁନ୍ଦ ମୁଣ୍ଡା, ବରିଷ୍ଠ ରାଜନେତା ଓ ସମାଜସେବୀ ସଞ୍ଜୟ କୁମାର ମିଶ୍ର ପ୍ରମୂଖ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଉଦଘୋଷକ ସଞ୍ଜୟ କୁମାର ସାହୁ,ପ୍ରଥମେ ମା’ ତାରିଣୀଙ୍କ ଫଟୋଚିତ୍ରରେ ଧୂପ ଦୀପ ପ୍ରଜ୍ବଳନ କରାଯିବା ପରେ ପରେ ଅତିଥି ମାନଙ୍କୁ ଉତ୍ତରୀୟ,ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସଦ ପ୍ରତିନିଧି ଶ୍ରୀ ପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ନିମନ୍ତ୍ରିତ ଅତିଥିମାନେ ସାଂସଦ ଖେଳକୁଦର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ତତସହିତ ବିକଶିତ ଭାରତ ପାଇଁ ସୁନ୍ଦର ଯୁବକର ଆବଶ୍ୟକତା ଉପରେ କହିଥିଲେ। ଘଟଗାଁ ବ୍ଲକ ଅନ୍ତର୍ଗତ ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରେ ଫୁଟବଲ, କବାଡ଼ି, ଦୌଡ଼ ଆଦି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଅବଶିଷ୍ଟ ଖେଳ ଆସନ୍ତାକାଲି ହେବ।
Sign in
Sign in
Recover your password.
A password will be e-mailed to you.