ବିଜେପୁର ବିଧାୟକ ସନତ କୁମାର ଗାଡତୀୟାଙ୍କ ବାସଭବନକୁ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁଙ୍କ ସୌଜନ୍ୟ ମୂଳକ ସାକ୍ଷାତ

3

ମହିଳା ସମସ୍ୟା ସହ ବିଭିନ୍ନ ଅଞ୍ଚଳୀୟ ମୁଦ୍ଦା ଉପରେ ଆଲୋଚନା

ବିଜେପୁର: ରାଜ୍ୟରେ ମହିଳାଙ୍କ ସୁରକ୍ଷା, ନ୍ୟାୟ ଓ ସାମାଜିକ ସମସ୍ୟାଗୁଡ଼ିକୁ ନେଇ ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ରାଜ୍ୟ ମହିଳା କମିଶନର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗାଡତୀୟାଙ୍କ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ବିଧାୟକ ଓ ମହିଳା କମିଶନ ସଦସ୍ୟା ଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ବିଜେପୁର ନିର୍ବାଚନମଣ୍ଡଳୀରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା। ଘରୋଇ ହିଂସା, ପାରିବାରିକ ବିବାଦ, ଯୌନ ଉତ୍ପୀଡ଼ନ, ଦାହେଜ ସମ୍ପର୍କିତ ମାମଲା ସହିତ ସହିତ ଗ୍ରାମାଞ୍ଚଳରେ ମହିଳାଙ୍କୁ ଆଇନ ସହାୟତା ପହଞ୍ଚାଇବା ଉପରେ ଆଲୋଚନା ହୋଇଥିଲା।ଶ୍ରୀମତୀ ମୁକ୍ତା ସାହୁ କହିଥିଲେ ଯେ, ମହିଳାମାନେ କୌଣସି ଅନ୍ୟାୟର ଶିକାର ହେଲେ ଭୟ ବା ସଂକୋଚ ଛାଡ଼ି ସାମ୍ନାକୁ ଆସିବା ଦରକାର।ବିଧାୟକ ଶ୍ରୀ ସନତ କୁମାର ଗାଡତୀୟା ମହିଳା କମିଶନର କାର୍ଯ୍ୟକଳାପକୁ ସ୍ୱାଗତ କରି, ନିର୍ବାଚନମଣ୍ଡଳୀରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ ସମ୍ପୂର୍ଣ୍ଣ ସହଯୋଗ ଦେବାକୁ ଆଶ୍ୱାସନ ଦେଇଥିଲେ। ମହିଳାଙ୍କ ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ପୋଲିସ, ପ୍ରଶାସନ ଓ ମହିଳା କମିଶନ ମଧ୍ୟରେ ସମନ୍ୱୟ ବଢ଼ାଇବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ।ଏହି ସାକ୍ଷାତକାର ଓ ଆଲୋଚନା ମାଧ୍ୟମରେ ବିଜେପୁର ଅଞ୍ଚଳରେ ମହିଳା ସମସ୍ୟା ନିରାକରଣ ଓ ସଚେତନତା ବଢ଼ିବ ବୋଲି ସ୍ଥାନୀୟ ମହଳରେ ଆଶା ପ୍ରକାଶ ପାଇଛି।

Leave A Reply

Your email address will not be published.