ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- : ବେଲଗୁଣ୍ଠା ବ୍ଲକ ଗୋବରା ରେ ଚଳିତବର୍ଷ ଦ୍ୱତୀୟଥର ପାଇଁ ମଧୁବାସନ୍ତି ଯାତ୍ରା ଆସନ୍ତା ୨୭ ଡ଼ିସେମ୍ବର ଠାରୁ ଆରମ୍ଭ ହୋଇ ଜାନୁଆରୀ ଏକ ତାରିଖରେ ଶେଷ ହେବାର କାଯ୍ୟକ୍ରମ ରହିଛି l ଏ ନେଇ ଆଜି ସନ୍ଧ୍ୟାରେ ଗୋବରା କପିଳେଶ୍ୱର ଶିବ ମନ୍ଦିରରେ ପ୍ରସ୍ତୁତି ବୈଠକ ମୁଖ୍ୟ ସଂଯୋଜକ ରାମଚନ୍ଦ୍ର ବିଶ୍ୱାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋ ଇଯାଇଛି l ଏହି ଯାତ୍ରା ପାଇଁ ଓଲିଉଡ଼ ଓ ଯଲିଉଡ ର ବହୁ ନାମିଦାମୀ କଳାକାର ମାନେ ଯୋଗଦେବାକୁ ଥିବାରୁ ଏହି ଯାତ୍ରା ଉପରେ ଅଂଚଳବାସୀଙ୍କ ନଜର ରହିଛି l ଏଥିରେ ଅନ୍ୟମାନ ଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ଶିବରାମ ପାଢ଼ୀ, ସମାଜସେବୀ ପ୍ରଶାନ୍ତ ରାଜୁ, ପୂର୍ବତନ ସମରିକ କର୍ମଚାରୀ ଧନେଶ୍ୱର ପରିଡା,, ଯୁବ ସଂଗଠକ ବାବୁନି ଶତପଥୀ,ମାମାଲି ପଣ୍ଡା, ନିତ୍ୟାନନ୍ଦ ମହାନ୍ତି, ଗୋବରା ସମିତି ସଭ୍ୟ ବିଭୂପାଦ ଜେନା ଙ୍କ ସମେତ ବହୁ କମିଟି ସଦସ୍ୟ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.