କେନ୍ଦୁଝର,ତା୧୪/୧୨- କେନ୍ଦୁଝର ଜିଲ୍ଲା ଅବସରପ୍ରାପ୍ତ ବିଚାର ବିଭାଗୀୟ କର୍ମଚାରୀଙ୍କ ବାର୍ଷିକ ସାଧାରଣ ବୈଠକ ତୃପ୍ତୀ ସଫାରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ବୈଠକରେ ମୋଟ ୫୨ ଜଣ ଅବସରପ୍ରାପ୍ତ କର୍ମଚାରୀ ସୁଦୂର କେନ୍ଦୁଝର,ଭୁବନେଶ୍ୱର,ଯାଜପୁର,ଆନନ୍ଦପୁର,ଚମ୍ପୁଆ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଂଘର ବରିଷ୍ଠ ସଦସ୍ୟ ଅଶ୍ୱିନୀ କୁମାର ରାୟଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇ ୨୦୨୪-୨୦୨୫ ମସିହାରେ ମୃତ୍ୟବରଣ କରିଥିବା ଅବସରପ୍ରାପ୍ତ କର୍ମଚାରୀ ପ୍ରହ୍ଲାଦ ଚନ୍ଦ୍ର ଦାସ,ସିଦ୍ଧନାଥ ଧଳ ଏବଂ ଦୁଃଖା ମୁଖିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ୨୦୨୪-୨୫ ମସିହାରେ ଅବସର ଗ୍ରହଣ କରିଥିବା ଅନନ୍ତ ଶେଖର ମିଶ୍ର,ହରେକୃଷ୍ଣ ନାଏକ ଓ ନାରାୟଣ ନାଏକଙ୍କୁ ପୁଷ୍ପଗୁଚ୍ଛ ଦେଇ ସଂଘ ତରଫରୁ ସ୍ୱାଗତ କରାଯାଇଥିଲା । ବାର୍ଷିକ ବୈଠକ ପରେ ଆଗାମୀ ୩ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ କିଶୋର ଚନ୍ଦ୍ର ଦାସ,ଉପସଭାପତି ଭାବେ ବାଇଧର ବେହେରା,ସମ୍ପାଦକ ଭାବେ ମୀନକେତନ ନାୟକ,ଯୁଗ୍ମ ସମ୍ପାଦକ ଭାବେ ବସନ୍ତ କୁମାର ସାହୁ,ବିଜୟ କୁମାର ପଟ୍ଟନାୟକ,କୋଷାଧ୍ୟକ୍ଷ ଭାବେ ଗଣପତି ରାଉତ,କାର୍ଯ୍ୟନିର୍ବାହୀ ସମସ୍ୟ ଭାବେ ଭାଗବତ ପତି,ସୀତାନାଥ ମହାନ୍ତି,ପତି କାରୁଆ,ସୁରେନ୍ଦ୍ର ନାଥ ମଣ୍ଡଳ ଏବଂ ଉପଦେଷ୍ଟା ଅଶ୍ୱିନୀ କୁମାର ରାୟ,ପ୍ରଫୁଲ୍ଲ କୁମାର ଦେଓ,କମଳାକାନ୍ତ ମହାନ୍ତ,ଶାନ୍ତନୁ କୁମାର ନନ୍ଦୀ,ସୁନିଲ କୁମାର ଦାଶ ପ୍ରମୁଖ ମନୋନୀତ ହୋଇଥିଲେ । ଆଗାମୀ ଦିନରେ କେନ୍ଦୁଝର ସହରରେ ଥିବା ମଠ ଓ ମନ୍ଦିର ପରିଷ୍କାର କରିବା ସହ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବାଣ୍ଟିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ସଂଘର ସଭାପତି କିଶୋର ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ତୃପ୍ତୀ ସଫାରୀର ମାଲିକ ସନ୍ଦୀପ କୁମାର ବେହେରା ପୂର୍ଣ୍ଣ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.