ଶିଳ୍ପ ତାଲିମ୍ କେନ୍ଦ୍ରର କ୍ରୀଡା ପ୍ରତିଯୋଗିତା ଉଦଯାପିତ

3

 କେନ୍ଦୁଝର,ତା୧୪/୧୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହେଶ୍ବର ସାହୁ ଶିଳ୍ପ ତାଲିମ୍ କେନ୍ଦ୍ରର ଖେଳ ପଡିଆରେ ଚାଲିଥିବା ୩୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଛି। ସେହିପରି ଶ୍ରୀ ମହେଶ୍ଵର ସାହୁଙ୍କ ୯୪ତମ ଜନ୍ମ ଦିବସ ପାଳିତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଇଂ ବସନ୍ତ କୁମାର ଦାନୀ ବାର୍ଷିକ ବିବରଣୀ ପାଠ କରିଵା ସହିତ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କ‍ାମନା କରିଥିଲେ।ଡା.ବିଦ୍ୟାଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହ କ୍ରୀଡା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ। ସମ୍ମାନୀତ ଅତିଥି ଯୋଡା ବ୍ଲକ ସାଂସଦ ପ୍ରତିନିଧି ବିଏନ ଦାସ ଛାତ୍ର ମାନଙ୍କୁ କ୍ରୀଡା ଓ ପାଠପଢାରେ ସମାନ ଗୁରୁତ୍ବ ଦେଇ ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ପଦ୍ମପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହୃଶିକେଷ ସାହୁ ଯୋଗଦେଇ ଭାଗ୍ୟ ଉପରେ ଭରଷା ନକରି କର୍ମ ଉପରେ ନିର୍ଭର କରିବାକୁ ମାର୍ଗ ଦର୍ଶନ ଦେଇଥିଲେ।ଅନୁଷ୍ଠାନର ସଭାପତି ଉତ୍ତମ କୁମାର ସାହୁ ପିଲାମାନଙ୍କୁ ଶୃଙ୍ଖଳିତ ଭାବେ ପାଠ ପଢିବା ପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପରିଵାରର ପୁତ୍ର ଫିରୋଜ କୁମାର ସାହୁ, ସଂଜୀବ କୁମାର ସାହୁ,ପ୍ରକାଶ କୁମାର ସାହୁ,ନାତି ଅଭିଷେକ କୁମାର ସାହୁ ଯୋଗ ଦେଇଥିଲେ।ଶିଳ୍ପ ତାଲିମ୍ କେନ୍ଦ୍ରର କର୍ମଚାରୀ ସାନନ୍ଦ ପୃଷ୍ଟି,ରବିରତ୍ନ ମହାନ୍ତ,ମହେଶ ଚନ୍ଦ୍ର ପଟ୍ଟନାୟକ,ଆଶିଷ ଉପାଧ୍ୟାୟ,ସତ୍ୟବ୍ରତ ମିଶ୍ର,ଦେବାଶିଷ ମହାନ୍ତ, ଦିଲୀପ କୁମାର ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଦୈତାରୀ ମହାନ୍ତ ଧନ୍ୟବାଦ ଅର୍ପଣ ଦେଇଥିଲେ।

Leave A Reply

Your email address will not be published.