ନବରଙ୍ଗପୁର ତା ୧୩ /୧୨/୨୦୨୫: ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠୀତ ହୋଇଯାଇଛି। ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତି ୦୧ (ଗୋଟି) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବି (MACT) ବାବଦକୁ ଫଇସଲା କରି ଟ.୧୦,୨୧,୪୩୪ /- କ୍ଷତିପୁରଣ ଆଦାୟ କରିଛନ୍ତି। ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୩ (ଗୋଟି) ପାରିବାରିକ ବିବାଦର କେସ ସମାଧାନ କରିଛନ୍ତି ସେଥିମଧ୍ୟରୁ (୦୩ ) ତିନି ଗୋଟି କେସରେ ଦୀର୍ଘ ଦିନ ବିବାଦର ଅନ୍ତ ଘଟାଇ ଦମ୍ପନ୍ତୀଙ୍କ ମଧ୍ୟରେ ଆପୋଷ ମିଳାମିଶା କରାଇଛନ୍ତି । ବରିଷ୍ଠ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ ୦୩ଟି ବ୍ୟ।ଙ୍କ ଋଣଦେୟ ସମ୍ବଦ୍ଧିୟ ବିବାଦର ଫଇସଲା କରି ଟ.୮,୫୭.୦୨୫.୮୬ ଟଙ୍କା ଋଣ ଆଦାୟ କରିଛନ୍ତି ଓ ୪ଟି ଦେବାନୀ କେସ ଫଇସଲା କରାଇଛନ୍ତି । ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୬୬ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି ଓ ୦୩ ଟି ଏନ॰ଆଇ॰ ଆକ୍ଟ କେସ ସମାଧାନ କରି ଟ.୧୫,୩୫୩/- ଜୋରିମାନା ଆଦାୟ କରିଛନ୍ତି । ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅଙ୍କିତା ପାଣିଗ୍ରାହୀ ୭ଟି ଫୌଜଦାରୀ ମକଦ୍ଦମା ସମାଧାନ କରିଛନ୍ତି ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ ୧୦୦ ଗୋଟି କୋର୍ଟ କେସ ଓ ୩୭,୭୩୦ ଗୋଟି ରାଜସ୍ୱ କେସର ଫଇସଲା କରାଯାଇ ଟ.୪,୩୪,୩,୬୫୪/- ରାଜସ୍ୱ ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କର ୨୨ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୫,୭୯,୭୮୪ /- ରୁଣ ଆଦାୟ କରାଯାଇଛି । ଟିପିଏସଓଡ଼ିଏଲ ୧୮୭ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧୫,୮୬,୬୫୧ /- ବିଦ୍ୟୁତ ଦେୟ ବାବଦକୁ ଆଦାୟ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡଅଧିକାରୀ ସୀମା ତ୍ରିପାଠୀ, ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀମତୀ ଶାଶ୍ଵତୀ ମିଶ୍ର ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post