ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ରଜନୀ ଦେବୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ଜୟ କୃଷ୍ଣପୁର,ବାସୁଦେବପୁର ଭଦ୍ରକ ରେ ବିଦ୍ୟାଳୟ ରେ ଅବସର ଗ୍ରହଣ କରିଥିବା ହିନ୍ଦୀ ଶିକ୍ଷକ ଶରତ କୁମାର ବାରିକ୍ ଓ କିରାଣୀ ଭଜ ଗୋବିନ୍ଦ ଘଡେ଼ଇ ଓ ପୁର୍ବରୁ ଅବସର ଗ୍ରହଣ କରିଥିବା ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିବ ପ୍ରସାଦ ଦାସ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଭାର ପ୍ରାପ୍ଟ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା କାର୍ଯ୍ୟ କ୍ରମ ରେ ମୂଖ୍ୟ ଅତିଥି ଭାବେ ଅଟଳ ବିହାରୀ କଲେଜ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟମଣି ଶତପଥି, ବରେଣ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଳିତା, ମୁଖ୍ୟ ବକ୍ତା ଭାବେ ଅଟଳ ବିହାରୀ କଲେଜ ର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ମୋହନ ସ୍ୱାଇଁ,ସମ୍ମାନିତ ଅତିଥି ଭାବେ ପୂର୍ବତନ ସଂସ୍କୃତ ଶିକ୍ଷକ ନିରଞ୍ଜନ ଧୂପାଳ, ପୁର୍ବତନ ପ୍ରଧାନ ଶିକ୍ଷକ ଅନିରୁଦ୍ଧ ଧୁପାଳ, ଶିକ୍ଷାବିତ ତପନ କୁମାର ଦାସ, ଉପସ୍ଥିତ ରହି ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ପୂର୍ବତନ ଛାତ୍ର ଅଦୈତ୍ୟ ପ୍ରସାଦ ନାୟକ ମଞ୍ଚ ସଂଯୋଜନା କରିଥିଲେ। ଅଭୟ କୁମାର ବାରିକ୍ ଅତିଥି ପରିଚୟ ଓ ଅମିୟ କୁମାର ବାରିକ୍ ଧନ୍ୟବାଦ୍ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ପୂରାତନ ବିଦ୍ୟାର୍ଥୀ ଓ ବିଦ୍ୟାଳୟ ପକ୍ଷ ରୁ ତିନି ଜଣ ଙ୍କୁ ମାନ ପତ୍ର, ଉପ ଧୋକନ ସହ ସମ୍ବର୍ଦ୍ଧିତ କରାଯାଇଛି। ବିଦ୍ୟାଳୟ ରେ ପଢ଼ୁ ଥିବା ବିଦ୍ୟାର୍ଥୀ ମାନେ ମଧ୍ୟ ଉପହାର ପ୍ରଦାନ କରିଥିଲେ।ବିଦ୍ୟାଳୟ ର ପୂରାତନ ବିଦ୍ୟାର୍ଥୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମ ବାସୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.