କେନ୍ଦୁଝର,(ଦିଲୀପ ସାହୁ) ତା୧୩/୧୨- କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ଛାତ୍ରାବାସ, ଡି. ଡି. କଲେଜର ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତି ଆକୃଷ୍ଟ ହୋଇ ନିଜ ବିଦ୍ୟାଳୟର ବାର୍ଷିକ ଖେଳ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲର ବାର୍ଷିକ ଖେଳକୁଦ ମହୋତ୍ସବରେ କେନ୍ଦୁଝର ଅନ୍ଵେଷା ହଷ୍ଟେଲର ଛାତ୍ରୀ ଡଲି ମାଝୀ,ଦେବଯାନୀ ମାଝି, ଗାୟତ୍ରୀ ଜେନା, ଅର୍ଚ୍ଚନା ନାୟକ, ନମିତା ନାଏକ ଖୋ ଖୋ ଖେଳରେ ପ୍ରଥମ ପୁରସ୍କାର ଭାବରେ ଗୋଲ୍ଡ ମେଡ଼ାଲ ପାଇଛନ୍ତି। କବାଡି ଖେଳ ପ୍ରଦର୍ଶନରେ ଡଲି ମାଝି, ଦେବଯାନୀ ମାଝି ରୌପ୍ୟ ପଦକ ହାସଲ କରିଛନ୍ତି । ରିଲେ ଖେଳରେ ଚିତ୍ରରେଖା ମାଝି ବ୍ରୋଞ୍ଜ ପଦକ ଓ ଡଲି ମାଝି ରୌପ୍ୟ ପଦକ ହାସଲ କରି ଅନ୍ବେଷା ହଷ୍ଟେଲକୁ ଗୌରବାନ୍ୱିତ କରିଛନ୍ତି। ସେହିପରି ବାଳକ ବର୍ଗର ସିନିୟର ବର୍ଗରେ ଦୀପକ ମାଝୀ, ମିହିର ରଞ୍ଜନ ଜେନା, ପଙ୍କଜ ମାଝୀ, ଶମ୍ଭୁନାଥ ମାଝି, ଅଂଶୁମାନ ଜେନା, ରାମଚନ୍ଦ୍ର ମୁର୍ମୁ, ବିକାଶ ନାଏକ ଖୋ ଖୋରେ ସୂର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ କବାଡି ପ୍ରତିଯୋଗିତାରେ ରୌପ୍ୟପଦକ ଜିତିଛନ୍ତି। ସିନିୟର୍ ବାଳକ କବାଡି ଖେଳରେ ଗୋବିନ୍ଦ ଲାଲ ଟୁଡୁ ସୂର୍ଣ୍ଣ ପଦକ, ଅଖିଳ ନାଏକ ଓ ସିପୁନ ମାଝି ଖୋ ଖୋରେ ରୌପ୍ୟପଦକ,୧୦୦ ମିଟର ଦୌଡ଼ରେ ଦୀପକ ମାଝି ରୌପ୍ୟପଦକ ୨୦୦ମିଟରରେ ବ୍ରୋଞ୍ଜ ପଦକ, ୪୦୦ ମିଟର ଦୌଡ଼ରେ ମିହିର ରଞ୍ଜନ ଜେନା ରୌପ୍ୟପଦକ ହାସଲ କରି ଅନ୍ବେଷା ହଷ୍ଟେଲର ସୁନାମ ଆଣିଛନ୍ତି। ପ୍ରକାଶ ଥାଉ କି ହଷ୍ଟେଲର ବହୁ ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ସକ୍ରିୟ ଅଂଶଗ୍ରହଣ କରି ଜିଲ୍ଲା ଓ ରାଜ୍ଯ ବାହାର ଉନ୍ନତ ଖେଳ ପ୍ରଦର୍ଶନ କରି ବିଦ୍ୟାଳୟ ଓ ହଷ୍ଟେଲର ସୁନାମ ଅର୍ଜନ କରିଛନ୍ତି। ଏଥିନେଇ ହଷ୍ଟେଲ ପରିଚାଳକ ସନ୍ତୋଷ କୁମାର ସାହୁ ଓ ସହ ପରିଚାଳକ ବିକାଶ ଶତପଥୀ, ଓ୍ବାଡେନ ଋକ୍ମଣୀ ମହାନ୍ତ, ମେଟ୍ରୋନ,ସିସିଏ ଓ ଅଭିଭାବକ ମାନେ ଖୁସିବ୍ଯକ୍ତ କରିବାସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post