ମାଁ ବାରପାହାଁନ୍ତି ଦୁର୍ଗା ମନ୍ଦିର ରୁ ଅଳଙ୍କାର ଲୁଟି ନେଲେ ଦୁବୁର୍ତ୍ତ

3
  •  ଗ୍ରହରାଜ ସନିଦେବଙ୍କୁ ମଧ୍ୟ ମାନିଲେନି ଚୋର

  • ସନୀ ମନ୍ଦିର ପରିସରରେ ଥିବା ଦେବୀ ମନ୍ଦିର ରୁ ଅଳଙ୍କାର ଲୁଟି ନେଲେ ଚୋର

  • ଗୋଟିଏ ପରେ ଗୋଟିଏ ମନ୍ଦିର ଚୋରି ଘଟଣା ଯୋଡ଼ି ହୋଇ ଯାଉଛି।

  • ପ୍ରାଚୀନ ଐତିହାସିକ କିର୍ତ୍ତି ସମ୍ବଳିତ ବହୁ ମୂଲ୍ୟବାନ ବସ୍ତୁ ଉପରେ ରହିଛି ଚୋର ନଜର।

  • ବହୁ ପୁରାତନ ବସ୍ତୁ ସହିତ ବର୍ତ୍ତମାନ ର ଅଳଙ୍କାର କୁ ମଧ୍ୟ ଛାଡୁନାହାଁନ୍ତି ଚୋର

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):ଘୁମୁସର ଅଞ୍ଚଳରେ ଥିବା ଆସ୍ଥା ବିଶ୍ଵାସ ଓ ଅନେକ ଭାବ ଭକ୍ତି ରେ ଜଡିତ ଥିବା ବିଭିନ୍ନ ମନ୍ଦିର ରୁ ବାରମ୍ବାର ଚୋରୀ ହେଉଛି ,କିନ୍ତୁ ପୋଲିସ ଆଖିରେ ଧୂଳି ଦେଇ ଚୋରୀ କରୁଛି ଚୋର। ଭଞ୍ଜନଗର ଠୁ ମାତ୍ର ଦୁଇ କିଲୋମିଟର ଦୁରରେ ଥିବା ନୂଆଁ ଗା ସନୀ ମନ୍ଦିର ପରିସରରେ ଥିବା ମାଁ ବାରପାହାଁନ୍ତି ଦୁର୍ଗା ଙ୍କ ମନ୍ଦିର ରେ କଳା କନା ବୁଲାଇଛନ୍ତି ଚୋର ମାନେ। ସୁଚନା ମୁତାବକ ମାଁ ବାରପାହାଁନ୍ତି ଦେବୀଙ୍କ ରୁପା କିରଟି ସବୁ ଚୋରୀ ହୋଇଛି ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ୍ୟ ଟଙ୍କା ହେବ। ଏହା ବ୍ୟତିତ ମୁଖ୍ୟ ସନୀ ମନ୍ଦିର ର ତାଲା ଭାଙ୍ଗି କିଛି ରୁପା ସାମଗ୍ରୀ ସହ ପାଣି ମୋଟର,ସାଉଁଣ୍ଡ ମାଇକ ଇତ୍ୟାଦି ଚୋରୀ ହୋଇଛି ବୋଲି ସେଠାକାର ପୂଜକ ଓ କମିଟି ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ଆଜି ସକାଳୁ ମନ୍ଦିର ପୂଜକ ଦ୍ୱାର ଫିଟାଇବା ସମୟରେ ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ।ଆଜି ଗ୍ରାମବାସୀ ପୋଲିସ କୁ ଖବର ଦେବା ପରେ ବେଳଗୁଣ୍ଠା ପୋଲିସ ଆସି ତଦନ୍ତ କରୁଛି।।ସୂଚନାଯୋଗ୍ୟ ଯେ, ଭଞ୍ଜନଗର ଅଞ୍ଚଳରେ ବାରମ୍ବାର ମନ୍ଦିର ମାନଙ୍କ ରେ ଚୋରି ହେଉଛି ଓ ସେମାନଙ୍କ ମୁଖ୍ୟ ନଜର୍ ରହୁଛି ବହୁ ପୁରାତନ ଧାତୁ ଅଳଙ୍କାର। ତେଣୁ ଏହି ଚୋରୀ ପଛରେ ବାହାର ରାଜ୍ୟ କିମ୍ବା ଅନ୍ତଃ ରାଜ୍ୟ ଚୋରୀ ଦଳ ସାମିଲ ଅଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା। ଆଜିର ଚୋରୀ ଘଟଣା ପରେ ସ୍ଥାନୀୟ ଅଞ୍ଚଳ ର ଭକ୍ତ ଙ୍କ ମନ ମଧ୍ୟରେ ଗଭୀର ଆଘାତ ଲାଗିଛି। ସେମାନଙ୍କ ଭାବ ଭକ୍ତି ଓ ଆରାଧ୍ୟ ର ମାଁ ଦୂର୍ଗା ଙ୍କୁ ମଧ୍ୟ ଚୋର ମାନେ ଛାଡ଼ିଲେ ନାହିଁ। ଭଞ୍ଜନଗର ବ୍ଲକ ଓ ବେଲଗୁଣ୍ଠା ବ୍ଲକ ର ବିଭିନ୍ନ ମନ୍ଦିର ରେ ପୂର୍ବରୁ ଚୋରୀ ଘଟଣାର ପୋଲିସ ପର୍ଦାଫାସ ହୋଇ ନଥିବା ବେଳେ ବର୍ତ୍ତମାନ ଆଉ ଏକ ଘଟଣା ଯୋଡ଼ି ହୋଇଯାଇଛି। ସାଧାରଣତ ଜନତା ଯୁକ୍ତି କରିଛନ୍ତି ଯେ, ଚୋର ମାନଙ୍କୁ ଶିଘ୍ର ଧରାଯାଇ ମନ୍ଦିର ଚୋରି ସାମଗ୍ରୀ ଉଦ୍ଧାର କରାଯାଉ।

Leave A Reply

Your email address will not be published.