ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ସଚେତନତା କାର୍ଯ୍ୟକ୍ରମ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ୍ ଠାରେ “ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ” ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
୨ ବର୍ଷରୁ ଅଧିକ ଓ ୧୦ ବର୍ଷ ପର୍ଯ୍ୟନ୍ତ ଅଚଳ ଥିବା ବ୍ୟାଙ୍କ ଖାତାରେ ଜମା ରହିଥିବା ଟଙ୍କା ଦାବିହିନ ଜମାରାଶି ଗୁଡ଼ିକୁ RBI DEA ପାଣ୍ଠିକୁ ସ୍ଥାନନ୍ତର କରାଯିବା ବିଷୟରେ ସଚେତନତା କରାଯାଇଥିଲା। ଉକ୍ତ ଶିବିରରେ ଦୀର୍ଘ ବର୍ଷ ଧରି କାରବାର ହେଉନଥିବା ବ୍ୟାଙ୍କ ଖାତା କିମ୍ବା ଜମା ରାଶିର ଦାବିହୀନ ଖାତାର ଅର୍ଥ ରାଶି ପ୍ରଦାନ ସହିତ ବ୍ୟାଙ୍କ ଗୁଡିକରେ ଖାତାରେ ଜମା ଥିବା ପୁଞ୍ଜି କିପରି ଖାତା ଧାରୀ କିମ୍ୱା ମୃତ୍ୟୁ ବ୍ୟକ୍ତିଙ୍କ ପରିବାର ବର୍ଗ ଫେରି ପାଇବେ ତାହା ଉପରେ ସଚେତନତା କରାଯାଇଥିଲା।ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ଶିବିର ଡିସେମ୍ବର ପର୍ଯ୍ୟନ୍ତ ଚାଲିବ।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ ଅଗ୍ରଣୀ ବ୍ୟାଙ୍କ ତଫରରୁ ଆୟୋଜିତ ଏହି ଶିବିରରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହୋନେନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗ ଦେଇଥିବା ବେଳେ ରିଜର ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ଶ୍ରୀ ରିତେଶ କୁମାର ପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ୨୪ କୋଟି ୩୪ ଲକ୍ଷ ୮୮ ଟଙ୍କା ଦାବି ହିନ ଜମାରାଶି ଗଚ୍ଛିତ ହୋଇ ରହିଅଛି। ଆଜିର ଶିବିରରେ ସର୍ବୋମୋଟ ୫,୮୨,୯୬୫/- ଦାବିହୀନ ଜମାରାଶି ୩ ଜଣଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।
ଏହି ଶିବିରକୁ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ମହେଶ୍ବର ମଣ୍ଡଳ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ପ୍ରବନ୍ଧକ , ହିତାଧୀକାରୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Leave A Reply

Your email address will not be published.