ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସନ୍ଧ୍ୟାରେ ନିତ୍ୟାନନ୍ଦ ପାଠାଗାରର ଦ୍ଵାଦଶ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏହି ବୈଠକରେ ପାଠାଗାରର ଅନେକ ସଭ୍ୟଙ୍କ ସହ ମୁଖ୍ୟ ଅତିଥି ରୂପେ ଚାରି ନମ୍ବର ୱାର୍ଡର କାଉନସିଲର ଶ୍ରୀ ବାଳକୃଷ୍ଣ ପାତ୍ର ଯୋଗ ଦେଇ ପାଠାଗାରର ଉନ୍ନତି ସକାଶେ ନିଜର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପାଠାଗାରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଅନ୍ୟ ପକ୍ଷରେ ସଭାପତି ଶ୍ରୀ ଗୌରହରି ପଟ୍ଟନାୟକ ଓ ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପାଠାଗାର ନିମନ୍ତେ ଯଥାସାଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କୋଷାଧ୍ୟକ୍ଷ ଶ୍ରୀ ରବି ନାରାୟଣ ଚୌଧୁରୀ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଶ୍ରୀ ମଲ୍ଲିକାର୍ଯୁନ ପଟ୍ଟନାୟକ , ଶ୍ରୀ ହରିଶ୍ଚନ୍ଦ୍ର ପାତ୍ର , ରବିନ ପଟ୍ଟନାୟକ ,ଦୂର୍ଗା ପ୍ରସାଦ ପଟ୍ଟନାୟକ , ବଂଶୀଧର ପଟ୍ଟନାୟକ , ନରସିଂହ ପାଣିଗ୍ରାହୀ ଓ ଦ୍ବାରିକାନାଥ ପଟ୍ଟନାୟକ ନିଜ ନିଜର ଶୁଚିନ୍ତିତ ମତାମତ ପ୍ରଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଶେଷରେ ଉପ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.