ବାୟ ମେଡିକାଲ ଆବର୍ଜନାର ସୁପରିଚାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ।

3

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ବାୟମେଡିକାଲ ଆବର୍ଜନାର ସୁପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟର ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ମନୋରଞ୍ଜନ ରାଉତ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଗୌରାଙ୍ଗ ଚରଣ ଗିରି,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସଚ୍ଚିଦାନନ୍ଦ ମିଶ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା, ପରିବେଶ ବିଜ୍ଞାନୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ନିର୍ବାହ ଅଧିକାରୀ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇର ଅଜିତ ନାରାୟଣ ଗିରି ଏବଂ ରଞ୍ଜନ କୁମାର ଦାସ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀଙ୍କ ସମେତ ଜିଲ୍ଳାର ସମସ୍ତ ଘରୋଇ ଚିକିତ୍ସାଳୟ, ନର୍ସିଂ ହୋମ ଏବଂ ପାଥଲେବର କର୍ମକର୍ତ୍ତା ଉପସ୍ଥିତ ଥିଲେ | ଆବର୍ଜନା ଗୁଡିକର ବିଭକ୍ତ,ସଂଗ୍ରହ,ପରିଵହନ ଇତ୍ୟାଦି କିପରି ସଠିକ ଭାବେ ହେଇପାରିବ ସେ ବିଷୟରେ ବୈଠକରେ ସମସ୍ତ ଘରୋଇ ଚିକିତ୍ସାଳୟ, ନର୍ସିଂ ହୋମ ଏବଂ ପାଥଲେବରୁ ଆସିଥିବା କର୍ମଚାରୀଙ୍କୁ ଅବଗତ କରାଯାଇଛି | ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ନିୟମ ନର୍ସିଂ ହୋମ ସମସ୍ତ ନିୟମକୁ ମାନି ଘରୋଇ ଚିକିତ୍ସାଳୟ, ନର୍ସିଂ ହୋମ ଏବଂ ପାଥଲେବ ଗୁଡିକ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତି ହୋଇଛି | ନିୟମ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି

Leave A Reply

Your email address will not be published.