ଭଞ୍ଜନଗର ରେ ୯୪ ତମ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ

3

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):ମହାନ୍ କବି ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୯୪ ତମ ଭଞ୍ଜ ସଙ୍ଗୀତ ଆସର ଭଞ୍ଜ ସଙ୍ଗୀତ ପ୍ରେମୀ, ଗୁରୁ ତଥା ଆନନ୍ଦ ସଙ୍ଗୀତାୟନର ପ୍ରତିଷ୍ଠାତା ପରିଚାଳକ ଅଶୋକ ମହାପାତ୍ର ଙ୍କ ଦ୍ଵାରା ଆଜି ଭଞ୍ଜଭୂମି ଭଞ୍ଜନଗର ବ୍ଳକ୍ ରୋଡ଼ ସ୍ଥିତ ନିୟନ୍ତ୍ରଣ ବଜାର କମିଟି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ବିଶ୍ଵ ମାନବାଧିକାର ଦିବସ ଓ ଗୁରୁ ଆନନ୍ଦ ପ୍ରଧାନ ଙ୍କ ଅଷ୍ଟାଦଶ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଆସନ୍ତା ମାର୍ଚ୍ଚ ମାସ ୨୦୨୬ ରେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଯାଉଛି। ଆଜିର ଏହି ମହାନ୍ ଓ ଭବ୍ୟ ଅବସରରେ ବୈଦିକ ସଂଗିତ ” ତୁମେ ଅଖିଳର ତୁମେ ନିଖିଳର” ଉନ୍ମୋଚିତ ହୋଇଛି। ବୟୋଜ୍ୟେଷ୍ଠା ମାଁ ତଥା ଆର୍ଯ୍ୟ ସମାଜର ଦେବକନ୍ୟା ସ୍ୱରୁପା ମାଧୁରୀ ମହାପାତ୍ର ଙ୍କୁ ଏହି ଭବ୍ୟ କାର୍ଯ୍ୟକ୍ରମ ରେ ସମ୍ମାନିତ କରାଯାଇଥିଲା। ଆୟୋଜିତ ଏହି ୯୪ ତମ ଭଞ୍ଜ ସଙ୍ଗୀତ ଆସରରେ ପୈ।ରହିତ୍ୟ କରିଥିଲେ ଅନୁଷ୍ଠାନ ର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ ସେ ଏହି କାର୍ଯ୍ୟକ୍ରମ କୁ ଅଗ୍ରସର କରାଇଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ସହରର ନଗରପାଳ ଗୋପବନ୍ଧୁ ମହାପାତ୍ର ଯୋଗଦାନ କରିଥିଲେ। ତତ୍ ସହିତ ପଞ୍ଜାବ୍ ର ଯୋଗ ଭାରତୀ ଆଶ୍ରମର ସ୍ବାମୀଜୀ ସ୍ବନିଷ୍ଠାନନ୍ଦ ସରସ୍ଵତୀ, ମୁଖ୍ୟବକ୍ତା ଭାବେ ସଙ୍ଗୀତଜ୍ଞ ଲୋକନାଥ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ମୋତିଲାଲ୍ ପତି, ଶୁଶାନ୍ତ ମହାପାତ୍ର, ଅର୍ଜୁନ ବେହେରା ଯୋଗ ଦେଇଥିଲେ। ଘୁମୁସର ମାଟିରେ ଜନ୍ମିତ ବହୁ କଳାକାର ବିଶ୍ବ ଦରବାରରେ ନିଜ ପ୍ରତିଭାର ନିଦର୍ଶନ ଦେଖାଇ ଏହି ମାଟିକୁ ଗୈ।ରବାନିତ୍ୱ କରିଛନ୍ତି ବୋଲି ମଞ୍ଚାସିନ ଅତିଥି ଗଣ ମତପ୍ରକାଶ କରିବା ସହିତ ମାନବାଧିକାର ସୁରକ୍ଷାର ବିଭିନ୍ନ ଦିଗ ଉପରେ ବି ଆଲୋକ ପାତ କରିଥିଲେ। ଗୁରୁ ଶିଷ୍ୟ ପରମ୍ପରା ରକ୍ଷା ହେବା ଦ୍ଵାରା କଳା, ସାହିତ୍ୟ ଓ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ଜୀବିତ ରଖାଯାଇପାରିବ ବୋଲି କହିଥିଲେ। ସମ୍ପାଦକ ଅଶୋକ ମହାପାତ୍ର ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଭଞ୍ଜଭୂମି ଭଞ୍ଜନଗରରେ ହୋଇଥିବା ମଞ୍ଜ ସଂଗିତ ଆସର ରେ ଦିଗାମ୍ବର ପ୍ରଧାନ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଖାଲାସିସାହି ରେଡ୍ କ୍ରସ ରୋଡ଼ ରେ ରହୁଥିବା ତଥା ରାଜ୍ୟ ସ୍ତରରେ ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଥିବା ଶାନ୍ତନୁ କୁମାର ଦାସ (ବୁଲୁ ଦାସ) , ଗଣେଶ୍ଵର ସାହୁ ଓ ବିପଦର ବନ୍ଧୁ ଅନୁଷ୍ଠାନ କୁ ବିଭିନ୍ନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.