ଟାଙ୍ଗିଆ ଚୋଟରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ।

3

 କେନ୍ଦୁଝର,ତା୧୧/୧୨- ବାଂଶପାଳ ବ୍ଲକର କାଞ୍ଜିପାଣି ଥାନା ଅନ୍ତର୍ଗତ ନାଟଗୋଠ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। କାଞ୍ଜିପାଣି ଥାନାରେ କାଇଯୋଡା ଗ୍ରାମର ଦୀନବନ୍ଧୁ ବେହେରା ଲିଖିତ ଏତଲା ଦେଇଛନ୍ତି କି ସେ ସ୍ତ୍ରୀ କବିତା ବେହେରା ସହ ସକାଳେ ଶ୍ୱଶୁର ଘର ନାଟଗୋଠ ଗାଁକୁ ଯାଇ ଦେଖିଲେ କି ଶାଶୁ ଘର ପରିସରରେ ଥିବ ଅମୃତଭଣ୍ଡା ଗଛ ତଳେ ରକ୍ତାକ୍ତ ଅବସ୍ଥାରେ ମରି ପଡ଼ିଛନ୍ତି। ବୁଝିବାରୁ ଜାଣିଲେ କି ସକାଳ ଆଠଟାରେ ଶ୍ଵଶୁର ଦୁର୍ଯୋଧନ ବାରିକ ସାମାନ୍ୟ କଥାରେ ରାଗି ଶାଶୁ ସୁନାଫୁଲ ବାରିକଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ତେଣୁ ସେ ପୋଲିସକୁ ଅପରାଧୀକୁ ଧରି ଦଣ୍ଡ ଦେବାକୁ ନିବେଦନ କରିଛନ୍ତି। କାଞ୍ଜିପାଣି ଥାନା ପୋଲିସ ଆସି ଶବ ଜବତ କରି ବ୍ୟବଚ୍ଛେଦ କରେଇ ନରହତ୍ୟା ଦଫା ଲଗେଇ ମାମଲା ନଂ ୧୭୩ ଦରଜ କରିଛନ୍ତି।

Leave A Reply

Your email address will not be published.